୨ ଝିଅଙ୍କୁ ବିଷ ଦେଇ ନିଜେ ପିଇଲେ; ମହିଳା ମୃତ, ଜୀବନ ସହ ସଂଘର୍ଷ କରୁଛନ୍ତି ୨ ଶିଶୁକନ୍ୟା

Advertisment
ବିଷ ପିଇଲେ ମଙ୍ଗୁଳା କନ୍ୟା: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

NFTV

କପ୍ତିପଦା / ଶାଳଚୁଆ / ବାରିପଦା : ଘରୋଇ କଳହ ଓ ଆର୍ଥିକ ଅନଟନକୁ କେନ୍ଦ୍ରକରି ନିଜର ଦୁଇ ଶିଶୁକନ୍ୟାଙ୍କୁ ବିଷ ଦେବାପରେ ନିଜେ ବିଷ ପିଇ ଜୀବନ ହାରିଛନ୍ତି ଜଣେ ମହିଳା। ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଝିଅ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ପଞ୍ଚାୟତରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଲାବଣ୍ୟଦେଇପୁର ପଞ୍ଚାୟତ କଟୁରିଆ ଅଶ୍ୱକୋଟି ହୁଡିସାହି ଗ୍ରାମର ପୂର୍ଣ୍ଣିମା ସିଂ (୩୦) ୪ ଓ ୬ ବର୍ଷର ଦୁଇ ଝିଅଙ୍କୁ ନେଇ ଘରେ ରହୁଥିବାବେଳେ ସ୍ୱାମୀ ତୁରାମ୍‌ ସିଂ (୩୨) ଗୁଜୁରାଟରେ ଶ୍ରମିକ ଭାବେ କାମ କରୁଥିଲେ। ଲକ୍‌ଡାଉନ୍‌ ବେଳକୁ ସେ ଘରକୁ ଫେରିଥିଲେ। ପଡ଼ୋଶୀଙ୍କ କହିବା ଅନୁଯାୟୀ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସମୟରେ ଝଗଡ଼ା ଲାଗୁଥିଲା। ତା’ ସାଙ୍ଗକୁ ଘୋର ଆର୍ଥିକ ଅନଟନ ଭିତରେ ୨ ଝିଅଙ୍କୁ ଧରି ଘାଣ୍ଟି ହେଉଥିଲେ ପୂର୍ଣ୍ଣିମା। ଏଥିରେ ଅତିଷ୍ଠ ହୋଇ ଗତ ବୁଧବାର ଦିନ ପ୍ରାୟ ୧୧ଟା ସମୟରେ ଜଙ୍ଗଲରୁ ବିଷାକ୍ତ ଚେରମୂଳି ଆଣି ଏହାକୁ ବାଟି ନିଜ ଦୁଇ ଝିଅଙ୍କୁ ଦେବା ସହ ନିଜେ ପିଇ ଦେଇଥିଲେ। ମା’, ଝିଅ ସମସ୍ତେ ବିଷଜ୍ବାଳାରେ ଛଟପଟ ହେଉଥିବା ଦେଖି ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିବା ସହ ଉଦଳା ଡାକ୍ତରଖାନାକୁ ନେଇଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନରେ ପୂର୍ଣ୍ଣିମା ଆଖି ବୁଜିଥିଲେ। ଦୁଇ ଝିଅ ଏବେ ବି ଜୀବନ ସହ ସଂଗ୍ରାମ କରୁଛନ୍ତି। ଶରତ ଥାନା ପୁଲିସ ପୂର୍ଣ୍ଣିମାଙ୍କ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ତେବେ ମୃତକଙ୍କ ସ୍ବାମୀଙ୍କ ବୟାନ ଓ ପାଖ ପଡ଼ୋଶୀଙ୍କ ବୟାନରେ ତାଳମେଳ ରହୁନଥିବାରୁ ସମ୍ପୂର୍ଣ୍ଣ ଘଟଣାଟି ରହସ୍ୟ ଘେରରେ ରହିଛି। ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି କହିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe