Image Courtesy of Times Now
ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର ସୂଜେଲୀ ଗ୍ରାମର ବିଶକେଶନ ପ୍ରଧାନ(୪୫)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଗତ ୮ ତାରିଖରେ ନନ୍ଦଗୀରି ନିକଟ ମାର୍ଗେଲି ମୁଣ୍ଡିଆ ଠାରେ ସୂଜେଲି ଗ୍ରାମର ବିସକେସନ୍ ପ୍ରଧାନ (୪୫) ମଲାନସିଗା ଗ୍ରାମର ଜଣେ ୩୫ ବର୍ଷୀୟ ବିଧବାଙ୍କୁ ଦୁଷ୍କର୍ମ କରିଥିବା ନେଇ ଘୁ.ଉଦୟଗିରି ଥାନାରେ ବୁଧବାର ପୀଡିତା ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଥିଲା। ସ୍ଥାନୀୟ ଥାନା ଅଧିକାରୀ ଅଜୟ କୁମାର୍ ସ୍ୱାଇଁ ପୀଡ଼ିତାଙ୍କ ଅଭିଯୋଗକୁ ଆଧାରରେ ଏକ ମାମଲା ରୁଜ୍ଜୁ କରି ନିଜେ ତଦନ୍ତ ଭାର ନେଇ ଅଧିକ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲେ।ଗିରଫ ପରେ ଉଭୟଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଧାରା ୩୭୬(୧),୫୦୬ ଆଇପିସିରେ ଦଫାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଦେଖିଥିବା ସୂଚନା ମିଳିଛି।
Follow Us