କଟକ : ଜଗତପୁର ଅଂଚଳର ଜନୈକା ବିବାହିତା ମହିଳାଙ୍କ ସହିତ ସମ୍ପର୍କ ରଖି ତାଙ୍କୁ ବୁଲାଇନେବାକୁ କହି କଟକ ଯୋବ୍ରା ଅଂଚଳର ଜନୈକ ଦଲାଲ ମଧ୍ୟପ୍ରଦେଶରେ ୪୦ ହଜାର ଟଙ୍କାରେ ଜଣେ ଗାଈ ବେପାରୀଙ୍କୁ ବିକ୍ରି କରିଦେଇଥିଲା। ଏହି ଗାଈ ବେପାରୀ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ୩୦ ବର୍ଷିୟା ଏହି ମହିଳାଙ୍କୁ ଏକ ନିଚ୍ଛାଟିଆ ଅଞ୍ଚଳରେ ପଣବନ୍ଦୀ କରି ରଖିଥିଲା। ମହିଳାଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେଠାରୁ ଗତ ୪ ତାରିଖରେ ପୁଲିସ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ଗୋରୁ ବେପାରୀଙ୍କ ସମେତ ୫ ଜଣ ସହଯୋଗୀ ଘଟଣାସ୍ଥଳରୁ ପୁଲିସକୁ ଚକ୍ମା ଦେଖାଇ ଫେରାର ହୋଇଯାଇଥିଲେ। ପୁଲିସ ମହିଳାଙ୍କୁ ଉଦ୍ଧାର କରି ଜଗତପୁରରେ ରହୁଥିବା ପରିବାର ଲୋକଙ୍କ ଜିମା ଦେଇଛି।
ପଚାଶ ହଜାରରେ ବିକ୍ରି ହୋଇଥିବା ମହିଳା ମଧ୍ୟପ୍ରଦେଶରୁ ଉଦ୍ଧାର
Advertisment
Follow Us