ଗେଷ୍ଟହାଉସ୍‌ରେ ଯୁବତୀଙ୍କୁ ଛୁରି ଭୁସି ହତ୍ୟା: ଥାନାରେ ଅଭିଯୁକ୍ତର ଆତ୍ମସମର୍ପଣ

Advertisment

ସ୍ଥାନୀୟ ନୂଆ ବସ୍‌ଷ୍ଟାଣ୍ଡ ସ୍ଥିତ ପୁଷ୍ପାଞ୍ଜଳି ଗେଷ୍ଟହାଉସ୍‌ରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଛୁରିରେ ଆକ୍ରମଣ କରି ହତ୍ୟା କରିବା ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଆକ୍ରମଣ କରିବା ପରେ ଅଭିଯୁକ୍ତ ଜଣଙ୍କ ଗୋସାଇଁ ନୂଆଗାଁ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି।

ସ୍ଥାନୀୟ ନୂଆ ବସ୍‌ଷ୍ଟାଣ୍ଡ ସ୍ଥିତ ପୁଷ୍ପାଞ୍ଜଳି ଗେଷ୍ଟହାଉସ୍‌ରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଛୁରିରେ ଆକ୍ରମଣ କରି ହତ୍ୟା କରିବା ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଆକ୍ରମଣ କରିବା ପରେ ଅଭିଯୁକ୍ତ ଜଣଙ୍କ ଗୋସାଇଁ ନୂଆଗାଁ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି।

dgdggdvcv

ବ୍ରହ୍ମପୁର: ସ୍ଥାନୀୟ ନୂଆ ବସ୍‌ଷ୍ଟାଣ୍ଡ ସ୍ଥିତ ପୁଷ୍ପାଞ୍ଜଳି ଗେଷ୍ଟହାଉସ୍‌ରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଛୁରିରେ ଆକ୍ରମଣ କରି ହତ୍ୟା କରିବା ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଆକ୍ରମଣ କରିବା ପରେ ଅଭିଯୁକ୍ତ ଜଣଙ୍କ ଗୋସାଇଁ ନୂଆଗାଁ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଖବର ପାଇ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ଓ ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ଙ୍କ ସମେତ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ।

ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ଣରେ ଲାଞ୍ଜିପଲ୍ଲୀ ଅଞ୍ଚଳର ପ୍ରିୟା କୁମାରୀ ମହାରଣା(୨୪) ଏବଂ ତାଙ୍କ ପୁରୁଷ ବନ୍ଧୁ ଅଭୟ ମହାରଣା(୨୪) ନୂଆ ବସ୍‌ଷ୍ଟାଣ୍ଡ ସ୍ଥିତ ପୁଷ୍ପାଞ୍ଜଳି ଗେଷ୍ଟହାଉସ୍‌କୁ ଯାଇ ରୁମ୍‌ ନଂ ୧୧୨ରେ ରହିଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଅଭୟ ପ୍ରେମିକାକୁ ଛୁରିରେ ଆକ୍ରମଣ କରିଥିଲା। ରକ୍ତାକ୍ତ ଅବସ୍ଥାରେ ପ୍ରିୟା ରୁମ୍‌ରେ ପଡ଼ିଥିବା ବେଳେ ଅଭିଯୁକ୍ତ ଅଭୟ ଗୋସାଇଁ ନୂଆଗାଁ ଥାନାରେ ଆତ୍ମସମର୍ପଣ କରିଥିଲା। ଘଟଣାଟି ବୈଦ୍ୟନାଥପୁର ଥାନା ଅଞ୍ଚଳରେ ହୋଇଥିବା ଯୋଗୁଁ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିବା ବେଳକୁ ପ୍ରିୟା ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲା। ଚିକିତ୍ସା ପାଇଁ ମେଡିକାଲକୁ ନେବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଲିସ ଜବତ କରିଥିବା ଆଧାର କାର୍ଡରେ ଅଭିଯୁକ୍ତ ଅଭୟର ଘର ଲାଞ୍ଜିପଲ୍ଲୀ ଉମାନଗର ପ୍ରଥମ ଲାଇନ୍‌ ବୋଲି ଜଣାପଡ଼ିଛି। ପୁଲିସ ଉକ୍ତ ରୁମ୍‌କୁ ସିଲ୍‌ କରିଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe