ବ୍ରହ୍ମପୁରରେ ଚାଞ୍ଚଲ୍ୟ: ଘର ଭିତରେ ମହିଳାଙ୍କୁ ଗଳାକାଟି ହତ୍ୟା

Advertisment

ଶୁକ୍ରବାର ବିଳମ୍ବିତ ରାତିରେ ବନ୍ଧକ ଟଙ୍କାକୁ କେନ୍ଦ୍ର କରି ଜଣକୁ ଖଣ୍ଡାରେ ହାଣି ହତ୍ୟା କରିବା ଘଟଣା ମନରୁ ନ ଲିଭୁଣୁ ଗତକାଲି ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମାନଗର ଅଞ୍ଚଳରେ ଜଣେ ମହିଳାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିବା ସହ ତାଙ୍କ ଝିଅକୁ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛି।

ଶୁକ୍ରବାର ବିଳମ୍ବିତ ରାତିରେ ବନ୍ଧକ ଟଙ୍କାକୁ କେନ୍ଦ୍ର କରି ଜଣକୁ ଖଣ୍ଡାରେ ହାଣି ହତ୍ୟା କରିବା ଘଟଣା ମନରୁ ନ ଲିଭୁଣୁ ଗତକାଲି ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମାନଗର ଅଞ୍ଚଳରେ ଜଣେ ମହିଳାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିବା ସହ ତାଙ୍କ ଝିଅକୁ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛି।

dgdggdcvcvcv

ବ୍ରହ୍ମପୁର: ଶୁକ୍ରବାର ବିଳମ୍ବିତ ରାତିରେ ବନ୍ଧକ ଟଙ୍କାକୁ କେନ୍ଦ୍ର କରି ଜଣକୁ ଖଣ୍ଡାରେ ହାଣି ହତ୍ୟା କରିବା ଘଟଣା ମନରୁ ନ ଲିଭୁଣୁ ଗତକାଲି ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମାନଗର ଅଞ୍ଚଳରେ ଜଣେ ମହିଳାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିବା ସହ ତାଙ୍କ ଝିଅକୁ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛି। ମୃତ ମହିଳା ସାଧୁଚରଣ ସ୍ବାଇଁଙ୍କ ପତ୍ନୀ ଗାୟତ୍ରୀ ସ୍ବାଇଁ(୩୦) ଏବଂ ଗୁରୁତର ଆହତ ଝିଅ ନିଲମ୍‌ ସ୍ବାଇଁ(୧୦) ବୋଲି ଜଣାଯାଇଛି। ଉଭୟ ମା’ ଓ ଝିଅ ଘରେ ଶୋଇଥିବା ଅବସ୍ଥାରେ ଆକ୍ରମଣ ହୋଇଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ମୁମୂର୍ଷୁ ଅବସ୍ଥାରେ ନିଲମ୍‌ଙ୍କୁ ଉଦ୍ଧାର କରି ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ନିଲମ୍‌ଙ୍କ ବୟାନକୁ ଆଧାର କରି ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଅଭିଯୁକ୍ତ ଜଣଙ୍କ ତାଙ୍କ ସମ୍ପର୍କୀୟ ବୋଲି ସୂଚନା ମିଳିଛି। 

ଖଣ୍ଡା ଚୋଟରେ ୧୦ବର୍ଷର ଝିଅ ଗୁରୁତର
ହତ୍ୟାକାରୀ ଚିହ୍ନଟ ହୋଇସାରିଛି: ଏସ୍‌ପି

ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌, ସଦର ଏସ୍‌ଡିପିଓ ଓ ଥାନାଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତ ଜାରି ରଖିଛି। ସିସିଟିଭି ଫୁଟେଜ୍‌ ଯାଞ୍ଚ ବେଳେ ଜଣେ ଯୁବକ ରବିବାର ବିଳମ୍ବିତ ରାତ୍ରିରେ ସେହି ଘରୁ ବାହାରୁଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ଗଳା କାଟି ହତ୍ୟା କରିବା ପରେ ଚିହ୍ନଟ ହୋଇଯିବା ଆଶଙ୍କା‌ରେ ନିଲମ୍‌ଙ୍କ ବେକରେ ଖଣ୍ଡା ଚୋଟ ପକାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣା ଘଟାଇବା ପରେ ଅଭିଯୁକ୍ତ ବାହାର ପଟୁ ତାଲା ପକାଇ ଚମ୍ପଟ ମାରିଛି। ମୃତ ମହିଳାଙ୍କ ଭାଇ ଚିତ୍ରସେନଙ୍କ ଅଭିଯୋଗ ଅନୁସାରେ କେସ୍‌ ନଂ ୨୪୩/୨୫ରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। 

ମିଳିଥିବା ସୂଚନା ଅନୁଯାୟୀ,ସାଧୁଚରଣ ସ୍ୱାଇଁଙ୍କ ଘର କୋରାପୁଟ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରହି କାମ କରନ୍ତି। ବ୍ରହ୍ମପୁରରେ ତାଙ୍କ ସ୍ତ୍ରୀ ଗାୟତ୍ରୀ ଓ ଝିଅ ନିଲମ୍‌ ରହୁଥିଲେ। ଶନିବାର ରାଖୀ ପୂର୍ଣ୍ଣିମା ଦିନ ଗାୟତ୍ରୀ ନିଜ ଝିଅକୁ ଧରି ହିଂଜିଳିକାଟୁରେ ରହୁଥିବା ଭାଇଙ୍କ ଘରକୁ ଯାଇ ରବିବାର ସନ୍ଧ୍ୟାରେ ଫେରିଥିଲେ। ବିଳମ୍ବିତ ରାତ୍ରିରେ ତାଙ୍କୁ ହତ୍ୟା କରାଯାଇଥିବା ଖବର ପାଇ ଭାଇ ଚିତ୍ରସେନ ଓ ସ୍ବାମୀ ସାଧୁଚରଣ ସ୍ବାଇଁ ପହଞ୍ଚିଥିଲେ। ଏନେଇ ବ୍ରହ୍ମପୁର ଏସ୍‌.ପି ଡା. ଶରବଣା ବିବେକ କହିଛନ୍ତି ହତ୍ୟାକାରୀ ଚିହ୍ନଟ ହୋଇସାରିଛନ୍ତି। ମୃତ ମହିଳା ଜଣଙ୍କ ୧୦ବର୍ଷ ପୂର୍ବେ କୁଆଡ଼େ ଚାଲିଯାଇଥିବା ନେଇ ବଡ଼ବଜାର ଥାନାରେ ମାମଲା ରୁଜୁ ହୋଇଥିଲା। ଏହାର ୧୦ଦିନ ପରେ ସେ ଫେରି ଆସିଥିଲେ। ଗତକାଲି ରାତିରେ ଯେଉଁ ଘରେ ହତ୍ୟାକାଣ୍ଡ ହୋଇଛି ସେଠାରେ ଗତ ୭ଦିନ ପୂର୍ବରୁ ସେମାନେ ରହୁଥିଲେ। ପୁଲିସ ଯେଉଁ ଯୁବକଙ୍କୁ ସନ୍ଦେହ କରୁଛି ସେ ଉକ୍ତ ଅଞ୍ଚଳରେ ଯାତାୟାତ କରୁଥିବା ଫୁଟେଜ୍‌ ହସ୍ତଗତ ହୋଇଛି। ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe