ଗଞ୍ଜେଇ ବିକ୍ରିକୁ ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା ଧମକ

Advertisment
ଗଞ୍ଜେଇ ବିକ୍ରିକୁ ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା ଧମକ

କୋରେଇ: କୋରେଇ ଥାନା ତୁଳତୀ ପଞ୍ଚାୟତ ପିମ୍ପଲ ଗ୍ରାମରେ ଗଞ୍ଜେଇ ବିକ୍ରିକୁ ବିରୋଧ କରିବାରୁ ଜଣେ ଦଳିତ ମହିଳାଙ୍କୁ ଦୁର୍ବ୍ୟବହାର ଓ ହତ୍ୟା ଧମକ ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅଭିଯୋଗ ମୁତାବକ, ପିମ୍ପଲ ଗ୍ରାମର ବୈରାଗୀ ମଳିକ ୱାର୍ଡସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

ସେହି ଗ୍ରାମରେ ରଘୁନାଥ ବାରିକ ଗଞ୍ଜେଇ ବିକ୍ରି କରୁଥିବାରୁ ଏହାକୁ ବନ୍ଦ କରିବାକୁ  ବୈରାଗୀ ତାଙ୍କୁ କହିଥିଲେ। ରଘୁନାଥ ଓ ତାଙ୍କ ପୁଅ ମନୋଜ ବେପାର ବନ୍ଦ କରିବା ପରିବର୍ତ୍ତେ ବୈରାଗୀ ଘରେ ନଥିବା ବେଳେ ତାଙ୍କ ପତ୍ନୀ ସବିତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର କରିଥିଲେ। ଜୀବନରୁ ମାରିଦେବାକୁ ଧମକ ଦେଇଥିବାର ସବିତା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୁଲିସ୍‌ ଥାନା ମାମଲା ନମ୍ବର– ୩୯୩/୨୨ ଦଫା ୩୪୧, ୨୯୪, ୩୨୩, ୫୦୯ ଓ ୩୪ ଆଇପିସିରେ ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe