ବେକରେ ରଶିବାନ୍ଧି ଜଙ୍ଗଲରେ ମହିଳାଙ୍କୁ ଫିଙ୍ଗିଦେଲେ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Advertisment

ଜମନକିରା ଥାନା ଅନ୍ତର୍ଗତ ବଡ଼ରମା ଘାଟି ଜଙ୍ଗଲରେ ଜଣେ ୩୨ ବର୍ଷୀୟା ବିବାହିତା ମହିଳାଙ୍କ ବେକରେ ରଶିବାନ୍ଧି ଫିଙ୍ଗି ଦିଆଯାଇଥିଲା। ସ୍ଥାନୀୟ ଅଧିବାସୀ ଏବଂ ଆମ୍ବୁଲାନ୍ସ ଚାଳକଙ୍କ ସହାୟତାରେ ତାଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜମନକିରା ଥାନା ଅନ୍ତର୍ଗତ ବଡ଼ରମା ଘାଟି ଜଙ୍ଗଲରେ ଜଣେ ୩୨ ବର୍ଷୀୟା ବିବାହିତା ମହିଳାଙ୍କ ବେକରେ ରଶିବାନ୍ଧି ଫିଙ୍ଗି ଦିଆଯାଇଥିଲା। ସ୍ଥାନୀୟ ଅଧିବାସୀ ଏବଂ ଆମ୍ବୁଲାନ୍ସ ଚାଳକଙ୍କ ସହାୟତାରେ ତାଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘରୋଇ କଲେଜ ଅଧ୍ୟକ୍ଷଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ସମ୍ବଲପୁର: ଜମନକିରା ଥାନା ଅନ୍ତର୍ଗତ ବଡ଼ରମା ଘାଟି ଜଙ୍ଗଲରେ ଜଣେ ୩୨ ବର୍ଷୀୟା ବିବାହିତା ମହିଳାଙ୍କ ବେକରେ ରଶିବାନ୍ଧି ଫିଙ୍ଗି ଦିଆଯାଇଥିଲା। ସ୍ଥାନୀୟ ଅଧିବାସୀ ଏବଂ ଆମ୍ବୁଲାନ୍ସ ଚାଳକଙ୍କ ସହାୟତାରେ ତାଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ୱାନ୍‌ଷ୍ଟପ୍ ସେଣ୍ଟର ‘ସଖି’ର ହେପାଜତରେ ଅଛନ୍ତି। ଏ ସଂକ୍ରାନ୍ତରେ ମହିଳାଜଣକ ଏତଲା ଦେଇନଥିଲେ ହେଁ ଘଟଣା ସମ୍ପର୍କରେ ଅବଗତ ଥିବା କହିଛନ୍ତି ଜମନକିରା ଥାନା ଅଧିକାରୀ। ମହିଳାଙ୍କ ବେକରେ ରଶିବନ୍ଧାର ଦାଗ ରହିଥିବା ବେଳେ ତାଙ୍କ ମୁହଁ ଫୁଲିଯାଇଛି।

ମହିଳାଜଣକ କେନ୍ଦୁଝର ଜିଲ୍ଲା ଘୁଟୁର ଅଞ୍ଚଳର ଏବଂ ତାଙ୍କ ନାମ ବବିତା ମହାକୁଡ଼ (୩୨) ବୋଲି ଜଣାଯାଇଛି। ବବିତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ବାମୀ ହରେକୃଷ୍ଣ ବେହେରା ଟ୍ରକ୍‌ ଚାଳକ ଅଟନ୍ତି। ସେ ନିୟମିତ ଟ୍ରକ୍‌ରେ ମାଲ ନେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଆନ୍ତି। ଏଥିଯୋଗୁଁ କେତେବେଳେ ସପ୍ତାହରେ ଥରେ ତ କେତେବେଳେ ମାସକୁ ଥରେ ଘରକୁ ଆସନ୍ତି। ଗତକାଲି ସ୍ବାମୀ ତାଙ୍କୁ ଫୋନ୍‌ କରି ଦେବଗଡ଼ ଜିଲ୍ଲା ବାରକୋଟକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ଘର ଚଳାଇବା ପାଇଁ ଟଙ୍କା ଦେବା ସହିତ ଫୋନ୍‌ କିଣି ଦେବେ ବୋଲି କହିଥିଲେ। ସେ ସକାଳ ପ୍ରାୟ ୧୧ଟାରେ ଘରୁ ବାହାରି ଯାଇ ବାରକୋଟରେ ପହଞ୍ଚିଥିଲେ। କିଛି ଘଣ୍ଟା ଅପେକ୍ଷା ପରେ ସ୍ବାମୀ ଟ୍ରକରେ ହେଲପର ଦୁଷ୍ମନ୍ତ ମହାକୁଡ଼ଙ୍କ ସହିତ ପହଞ୍ଚିଥିଲେ। ସେଠାରୁ ତିନି ଜଣ ସମ୍ବଲପୁର ଆସିବା ପାଇଁ ଯୋଜନା କରି ଟ୍ରକରେ ଆସିଥିଲେ। ଏହି ସମୟରେ ସ୍ବାମୀ ତାଙ୍କୁ ରୁଟି ଏବଂ ତରକାରି ଖାଇବାକୁ ଦେଇଥିଲେ। ବବିତା କହିଛନ୍ତି, କିଛି ଘଣ୍ଟା ପରେ ତାଙ୍କ ସବୁ ଅନ୍ଧାର ଦେଖାଗଲା ଏବଂ ପରେ ସେ ନିଜକୁ ଜଙ୍ଗଲରେ ପାଇଥିଲେ। ଏହି ସମୟରେ ତାଙ୍କ ବେକରେ ରଶି ବନ୍ଧା ଯାଇଥିଲା। କିନ୍ତୁ ହାତ, ଗୋଡ଼ ଖୋଲାଥିଲା। ତେଣୁ ବେକରୁ ରଶି ଖୋଲି ସେ ରାଜପଥକୁ ଆସିଥିଲେ ଏବଂ କିଛି ଯୁବକଙ୍କୁ ଭେଟିଥିଲେ। ଯୁବକମାନଙ୍କ ସହାୟତାରେ ଆମ୍ବୁଲାନ୍ସ ଚାଳକ ତାଙ୍କୁ ସମ୍ବଲପୁର ସଦର ଡାକ୍ତରଖାନାର ମେଡିସିନ୍‌ ୱାର୍ଡରେ ଭର୍ତ୍ତି କରାଇଥିଲେ। 

ମହିଳାଜଣକ ଡାକ୍ତରଖାନା ଆସିବା ବେଳକୁ ରାତି ୮.୩୦ ହୋଇ ଯାଇଥିଲା। ଗୋଟିଏ ଦିନ ଚିକିତ୍ସିତ ହେବା ପରେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ତେବେ କିଏ ଏବଂ କାହିଁକି ତାଙ୍କ ତଣ୍ଟିକୁ ଏଭଳି ବାନ୍ଧିଥିଲା, ତାହା ସେ ଜାଣିପାରୁନଥିବା କହିଛନ୍ତି। ସ୍ବାମୀ କେଉଁଠି ଅଛନ୍ତି ସେ ସମ୍ପର୍କରେ ମଧ୍ୟ କିଛି କହିପାରୁନାହାନ୍ତି। ୨୦୧୩ ମସିହାରୁ ବବିତା ଏବଂ ହରେକୃଷ୍ଣଙ୍କ ବିବାହ ହୋଇଛି। ସେମାନଙ୍କର ୧୧ ବର୍ଷ ଓ ୫ ବର୍ଷର ଦୁଇଝିଅ ଅଛନ୍ତି। ଜମନକିରା ଥାନା ଅଧିକାରୀ ପଦ୍ମାଳୟା ସାହୁ କହିଛନ୍ତି, ଗତକାଲି ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପଚରାଉଚରା କରାଯାଇପାରି ନଥିଲା। ଏହା ସ୍ବାମୀ-ସ୍ତ୍ରୀ ବିବାଦ ସମ୍ପର୍କିତ ଘଟଣା ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ୁଛି। ମହିଳା ସୁସ୍ଥ ହେବା ପରେ ତାଙ୍କ ଏତଲା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe