ଗାଁ’ ଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ଼, ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ

Advertisment
ଗାଁ’ ଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ଼, ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ

Liputan6.com

ବେଗୁନିଆ : ବେଗୁନିଆ–ବୋଲଗଡ଼ ନିର୍ବାଚନମଣ୍ଡଳୀରେ ମହିଳାମାନେ ଏବେ ଅସୁରକ୍ଷିତ। ବୋଲଗଡ଼ ଅଂଚଳରେ ପୁଣି ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ଼ ମରାଯାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କିଛିଦିନ ତଳେ ବୋଲଗଡ଼ ବ୍ଲକ୍‌ ଧଳାପଥର ଏବଂ କଳାଙ୍ଗ ପଞ୍ଚାୟତରେ ମହିଳାଙ୍କୁ ସର୍ବ ସମ୍ମୁଖରେ ଗାଁ ଦାଣ୍ଡରେ ଆକ୍ରମଣ ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ଆଜି ପୁଣି ଆଉ ଜଣେ ମହିଳାଙ୍କୁ କିଛି ଲୋକ ଗାଁ’ ଦାଣ୍ଡରେ ମାଡ଼ ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣା ଘଟିଛି ବେଗୁନିଆ ଥାନା କଡ଼ବ ଗାଁରେ।

କଡ଼ବ ଗାଁ’ର ମିନିକା ବଳବନ୍ତରାୟ ନାମକ ଏହି ମହିଳାଙ୍କୁ ଗାଁ’ର ଏକ ଜମିଜମା ଘଟଣାକୁ ନେଇ କିଛି ଲୋକ ଏଭଳି ମାଡ଼ ମାରିଥିବା ସହ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି।ଏନେଇ ବେଗୁନିଆ ଥାନାରେ ମିନିକାଙ୍କ ତରଫରୁ ଅଭିଯୋଗ କରାଯାଇଥିବା ବେଳେ ମାଡ଼ ମାରୁଥିବା ଲୋକଙ୍କ ପକ୍ଷରୁ ବେଗୁନିଆ ଥାନାରେ ପାଲଟା ଅଭିଯୋଗ କରାଯାଇଛି। ବେଗୁନିଆ ପୁଲିସ ଉଭୟଙ୍କ ନାମରେ ଦୁଇଟି ମାମଲା ରୁଜୁ କରି ଚୁପ୍ ବସିଛି। ପୁଲିସ କାହା ଚାପରେ ଘଟଣାକୁ ହାଲକା ଭାବେ ନେଇ ମାମଲା ରୁଜୁ ପରେ ଚୁପ୍‌ ହୋଇ ବସିଛି, ତାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛଇ। ତେବେ ଗାଁ ଦାଣ୍ଡରେ ମହିଳାଙ୍କୁ ଏପରି ମାଡ଼ ମାରିବା ଘଟଣା ସାଧାରଣରେ ନିନ୍ଦା କରାଯାଇଥିବା ବେଳେ ଏହି ନିର୍ବାଚନମଣ୍ଡଳୀରେ ଏବେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେଗୁନିଆ ଥାନା ଅଧିକାରୀ କହିଛନ୍ତି ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe