୧୧ କେଭି ବିଦ୍ୟୁତ ତାର ଛିଣ୍ଡି ମହିଳା ମୃତ

Advertisment
ଜଙ୍ଗଲକୁ ଡାକିନେଇ ପତ୍ନୀକୁ ହତ୍ୟା

image source- bbc

ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ସଦର ଥାନା ବଡ଼ଖାଲିଗାଁ ଗ୍ରାମର ନୀଳାଦ୍ରି ରଣାଙ୍କ ସ୍ତ୍ରୀ ତରଙ୍ଗିନୀ ରଣା (୫୫) ବିଦ୍ୟୁତ୍‌ ଆଘାରେ ମୃତ୍ୟୁ ଘଟିଛି। ସେ ଗାଁ ପୋଖରୀକୁ ଯାଉଥିବା ବେଳେ ଦିନ ୧୨ଟରେ ଗାଁ ମୁଣ୍ଡ ପନ୍ଥାଇଠାରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡ଼ି ତାଙ୍କ ଡାହାଣ ଗୋଡ଼ରେ ଲାଗି ଯାଇଥିଲା। ଏଥିରେ ତାଙ୍କ ଡାହାଣ ଗୋଡ଼ର ଆଙ୍ଗୁଳି ଗୁଡିକ ପୋଡ଼ି ଯାଇଥିଲା ଓ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଗାଁ ମଧ୍ୟ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାରକୁ କେବୁଲ କରିବା ପାଇଁ ପୂର୍ବରୁ ଗାଁ ଲୋକେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କଠାରେ ଦାବି କରିଥିଲେ ହେଁ କୌଣସି ସୁଫଳ ମିଳି ନାହିଁ। ତେଣୁ ଆଜିର ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟୁତ୍‌ ବିଭାଗ ତୁରନ୍ତ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଥିଲେ। ଘଟଣାର ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ବିଭାଗର କୌଣସି ଅଧିକାରୀ ଗାଁରେ ପହଞ୍ଚି ନଥିଲେ। ଫଳରେ ଶବ ଗାଁ ଦାଣ୍ଡରେ ପଡ଼ି ରହିଥିଲା। ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ମମତା ହେମ୍ରମ ଏବଂ ଏଏସ୍‌ଆଇ ସୁବାସ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ବିଦ୍ୟୁତ୍‌ ବିଭାଗର ଖାମଖିଆଲି ନୀତିକୁ ଗ୍ରାମବାସୀ ନିନ୍ଦା କରିଛନ୍ତି।

ସେହିପରି ଗତ ମେ’ ମାସ ୨୪ ତାରିଖରେ ସେହି ବିଦ୍ୟୁତ ଖୁଣ୍ଟର ଆର୍ଥିଂ ତାରରେ ଲାଗି ଗ୍ରାମର ମିନିକେତନ ରଣା (୧୪)ଙ୍କ ଦୁଇଗୋଡ଼ ଓ ଡାହାଣ ହାତ ପୋଡ଼ି ଯାଇଛି। ସେ ଶଯ୍ୟାଶାୟୀ ଅଛି। ମିତିକେତନର ବାପା ଶୁକ୍ରୁ ରଣା ଗରିବ ମୁଲିଆ ଶ୍ରେଣୀର ହୋଇଥିବାରୁ ପୁଅକୁ ଅନ୍ୟତ୍ର ନେଇ ଚିକିତ୍ସା କରି ପାରୁନଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe