ଜମିଜମା ବିବାଦରୁ ମହିଳାଙ୍କୁ ବାନ୍ଧି ପିଟିଲେ, ଘର ଭାଙ୍ଗିଲେ

Advertisment
ଜମିଜମା ବିବାଦରୁ ମହିଳାଙ୍କୁ ବାନ୍ଧି ପିଟିଲେ, ଘର ଭାଙ୍ଗିଲେ

କୋରେଇ : କୋରେଇ ଥାନା ହଳଦିଗଡ଼ିଆ ପଞ୍ଚାୟତ ଶିିଶୁଆ ଗ୍ରାମରେ ଜମିଜମାକୁ ନେଇ ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଏକ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଘର ଭାଙ୍ଗି ଦେଇଛନ୍ତି। ଆହତ ମହିଳା ହେଲେ ଗ୍ରାମର ଗନ୍ଧର୍ବ ମହାଣାଙ୍କ ପତ୍ନୀ ବାସନ୍ତୀ ମହରଣା (୬୨)।

ବନ୍ଧର୍ବ ଓ ତାଙ୍କର ସମ୍ପର୍କୀୟଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ପୂର୍ବରୁ ଶତ୍ରୁତା ରହିଥିଲା। ଶୁକ୍ରବାର ଅପରାହ୍ଣରେ କିଛି ଗୁଣ୍ତା ଶ୍ରେଣୀର ଲୋକ ପହଞ୍ଚି ହଠାତ୍ ଗର୍ନ୍ଧବଙ୍କ ଘରକୁ ସେସିନ ଲଗାଇ ଭାଙ୍ଗିଥିଲେ। ଘରେ ଏକା ଥିବା ବାସନ୍ତୀ ବିରୋଧ କରିବାରୁ ତାଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ସେ ଚିତ୍କାର କରିବାରୁ ଆକ୍ରମଣକାରୀମାନେ ପଳାଇଥିଲେ। ଗ୍ରାମବାସୀ ପହଞ୍ଚି ବାସନ୍ତୀଙ୍କୁ ଉଦ୍ଧାର କରି କୋରେଇ ଡାକ୍ତରଖାନାକୁ ନେଇ ଯାଇଥିଲେ। ପରେ ଏନେଇ ଗନ୍ଧର୍ବ କୋରେଇ ଥାନାରେ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ରଞ୍ଜିତ ମହାନ୍ତିଙ୍କୁ ପଚାରିବାରୁ ଜମିଜମା ବିବାଦ ହୋଇଥିବାରୁ ସିଭିଲ୍ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଉଭୟ ପକ୍ଷଙ୍କୁ କୁହାଯାଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe