କର୍ମଜୀବୀ ମହିଳାଙ୍କୁ ବାନ୍ଧି ଦୁଷ୍କର୍ମ: ବିରୋଧ କରିବାରୁ ହାଣିଦେଲେ ଥାନାରେ ମାମଲା, କାର୍ଯ୍ୟାନୁଷ୍ଠାନ ଶୂନ

Advertisment

ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ହୋଇଛି। ପୀଡ଼ିତା ଏ ନେଇ ଥାନାରେ ଅଭିଯୋଗ କରିଥିବାବେଳେ ଘଟଣାର ୭୨ ଘଣ୍ଟା ପରେ ମଧ୍ୟ ପୁଲିସ କୌଣସି ସଫଳତା ପାଇନାହିଁ।

ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ହୋଇଛି। ପୀଡ଼ିତା ଏ ନେଇ ଥାନାରେ ଅଭିଯୋଗ କରିଥିବାବେଳେ ଘଟଣାର ୭୨ ଘଣ୍ଟା ପରେ ମଧ୍ୟ ପୁଲିସ କୌଣସି ସଫଳତା ପାଇନାହିଁ।

rape

ଯାଜପୁରସଦର: ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ହୋଇଛି। ପୀଡ଼ିତା ଏ ନେଇ ଥାନାରେ ଅଭିଯୋଗ କରିଥିବାବେଳେ ଘଟଣାର ୭୨ ଘଣ୍ଟା ପରେ ମଧ୍ୟ ପୁଲିସ କୌଣସି ସଫଳତା ପାଇନାହିଁ। ଗତ ୨୨ ତାରିଖ ସନ୍ଧ୍ୟାରେ ଏହି ମହିଳାଙ୍କୁ ସହର ଉପକଣ୍ଠକୁ ଟେକିନେଇ କିଛି ଅସାମାଜିକ ଯୁବକ ଦୁଷ୍କର୍ମ କରିଥିଲେ। ପ୍ରତିରୋଧ କରିବାରୁ ତାଙ୍କୁ ମାରଣାସ୍ତ୍ର‌ରେ ହାଣି ପକାଇଥିଲେ। ଯାଜପୁର ଟାଉନ ଥାନାଠାରୁ ୩ଶହ ମିଟର ଦୂର ଗାନ୍ଧୀଛକଠାରେ ମହିଳାଜଣକ ଘରକୁ ଯିବା ଲାଗି ଗାଡ଼ିକୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ‌ଅଟୋ ଚାଳକ ତାଙ୍କୁ ଘର ପାଖ ବଜାରରେ ଛାଡ଼ିଦେବ କହି ଡାକିଥିଲା। ପୂର୍ବରୁ ସେଥିରେ ଦୁଇଜଣ ଯୁବକ ବସିଥିଲେ। କିଛି ବାଟ ଗଲା ପରେ ଯୁବକଦ୍ବୟ ଅଟୋ ଭିତରେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ମହିଳାଜଣକ ଏହାକୁ ବିରୋଧ କରିଥିଲେ ବି ଅଟୋ ଚାଳକ କିଛି ଶୁଣିନଥିଲେ। ପରେ ଦୁର୍ବୃତ୍ତଦ୍ବୟ ମହିଳାଙ୍କୁ ତାଙ୍କ ଓଢ଼ଣୀରେ ବାନ୍ଧି ପକାଇ ସହର ଉପକଣ୍ଠ ଏକ ନିଛାଟିଆ ଜାଗାକୁ ନେଇ ଯାଇଥିଲେ। 

ସେଠାରେ ପୂର୍ବରୁ ଥିବା ୩ ଜଣ ମଦ୍ୟପ ଯୁବକଙ୍କ ସହ ମିଶି ମହିଳାଙ୍କୁ ନିର୍ଯାତନା ଦେବା ସହ ପ୍ରବଳ ମାଡ଼ ମାରିଥିଲେ। ଦୁଷ୍କର୍ମ କରିବା ପରେ ତାଙ୍କ ପିଠି, ହାତକୁ ହାଣି ପକାଇବା ସହ ଶରୀରର ବିଭିନ୍ନ ସ୍ଥାନକୁ କ୍ଷତାକ୍ତ କରିଥିବା ମହିଳା ଅଭିଯୋଗ ଆଣିଛନ୍ତି। କୌଣସିପ୍ରକାର ସେ ଖସି ଆସି ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପହଞ୍ଚି ସାହାଯ୍ୟ ମାଗିବା ସହ ନିଜ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ‌ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଯାଜପୁର ସହରରେ ଏଭଳି ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe