Advertisment

ଗଛରୁ ମହିଳାଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

Advertisment
ସର୍ପାଘାତରେ ନାବାଳିକା ମୃତ

କୋକସରା: କୋକସରା ଥାନା ଡହଗାଁ ପଞ୍ଚାୟତ ଡହଗାଁ- ସାରସମାଲ ରାସ୍ତାର  ଗୋଚିଆ ଡଙ୍ଗର ନିକଟ ଗଛରୁ ଲୁକେଶୀ କୁଅଁର (୧୯ବର୍ଷ) ନାମ୍ନୀ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି।

ପୁଲିସର ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ଲୁକେଶୀ ଦୁଇବର୍ଷ ତଳେ ନୂଆପଡ଼ା ଜିଲ୍ଲା ସିଏଲଲଟି ଗାଁର ହେମନ୍ତ ବେଲଦାର (୨୨ବର୍ଷ)ଙ୍କୁ ପ୍ରେମ ବିବାହ କରିଥିଲେ। ଗୁଜୁରାଣ ମେଣ୍ଟାଇବା ପାଇଁ ବର୍ଷେ ହେଲା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ଝାରବନ୍ଧପଡ଼ା ନିକଟକୁ ଆସିଥିଲେ। ଏଠାରେ ପଥର ନିର୍ମିତ ଘରକରଣା ସାମଗ୍ରୀ ତିଆରି ଓ ବିକ୍ରି କରି ସ୍ୱାମୀ, ଶାଶୂ, ଶ୍ୱଶୁରଙ୍କ ସହ ରହୁଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ, ଅନେକ ସମୟରେ ହେମନ୍ତ ମଦପିଇ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲା। ସୋମବାର ସକାଳେ ଗୋଚିଆ ଡଙ୍ଗର ନିକଟ ଏକ ଆମ୍ବଗଛରେ ଲୁକେଶୀଙ୍କ ମୃତଦେହ ଠାବ ହୋଇଥିଲା। କୋକସରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପାରିପାର୍ଶିକ ସ୍ଥିତି ଦେଖି ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe