Rape and murder: ଜଙ୍ଗଲରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା

ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳର ଏକ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧନଗ୍ନ ଗଳିତ ଶବ ଉଦ୍ଧାର କରାଯାଇଛି। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟାକରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ପରିଚୟ ଜଣାପଡ଼ିନାହିଁ।

Dead

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳର ଏକ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧନଗ୍ନ ଗଳିତ ଶବ ଉଦ୍ଧାର କରାଯାଇଛି। ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟାକରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ପରିଚୟ ଜଣାପଡ଼ିନାହିଁ। ମଙ୍ଗଳବାର ବନ୍ଧପଡ଼ା ପୁଲିସ ଫାଣ୍ଡି ଅଧୀନ ଗୋଏଲପିଟା-ଡୁମେରପିଟା ରାସ୍ତାରୁ ଅଧ କିଲୋମିଟର ଦୂର ବାମ ପାର୍ଶ୍ୱରେ ଥିବା କୁମୁସିନ ଜଙ୍ଗଲରେ ଜଣେ ମହିଳାଙ୍କ ଶବ ପଡ଼ିଥିବା ଦୁଇଜଣ ଛେଳିଚରାଳି ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ।

ଏ ନେଇ ଜମି ମାଲିକ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ସଦଳବଳ ପହଞ୍ଚିଥିଲେ। କପାବିଲ ନିକଟରେ ମହିଳାଙ୍କ ଭଙ୍ଗାଚୁଡ଼ି, ଶାଢ଼ି, ଶାଲ ପଡ଼ିଥିବାରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ଘନୀଭୂତ ହୋଇଛି। ଏ ସମ୍ପର୍କରେ ଏସ୍‌ଡିପିଓ ସରୋଜ ଉପାଧ୍ୟାୟଙ୍କୁ ପଚାରିବାରୁ, ଜଣେ ମହିଳାଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ମିଳିଲା ପରେ ଦୁଷ୍କର୍ମ ଓ ହତ୍ୟା ହୋ‌ଇଛି କି ନାହିଁ ଜଣାପଡ଼ିବ ବୋଲି କହିଛନ୍ତି। ଦେଓଗାଁ ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ ଉପରମୁହାଁ ହେଉଛି। ବନ୍ଧପଡ଼ା ଫାଣ୍ଡିରୁ ୫ କିଲୋମିଟର ଦୂର ଅନ୍ତର୍ଲା ଗାଁରେ ଗତ ୭ ତାରିଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଆଜି ପୁଣି ଫାଣ୍ଡିରୁ ୭ କିଲୋମିଟର ଦୂରରେ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହେବା ପରେ ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe