ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଗର୍ଭଣା ଗ୍ରାମ ବାସିନ୍ଦା ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ବିଧବା ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ନମିତା ଏକ୍କା । ଗତ ରାତିରେ ମୃତକ ନମିତା ସବୁ କାମ ସାରି ନିଜ ଶୟନ କକ୍ଷକୁ ଶୋଇବାକୁ ଯାଇଥିଲେ...

Woman's hanging body recovered from house

Woman's hanging body recovered from house Photograph: (sambad.in)

ରାଜଗାଙ୍ଗପୁର: ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଗର୍ଭଣା ଗ୍ରାମ ବାସିନ୍ଦା  ଘର ଭିତରୁ  ଝୁଲନ୍ତା ଅବସ୍ଥାରେ ଜଣେ ବିଧବା ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ନମିତା ଏକ୍କା (୩୨)। ସୂଚନା ମୁତାବକ ଗତ ରାତିରେ ମୃତକ ନମିତା  ସବୁ କାମ ସାରି ନିଜ ଶୟନ କକ୍ଷକୁ ଶୋଇବାକୁ  ଯାଇଥିଲେ।

ବଡ଼ି ଭୋରରେ ଶାଶୁ ଉଠି ରୋଷେଇ ଘରକୁ ଗଲା ବେଳେ ଶୟନ କକ୍ଷର  କବାଟ ଖୋଲାଥିବା ଦେଖି କବାଟ ଖୋଲିଲା ବେଳକୁ ନମିତା ବେକରେ ଓଢଣୀ ଲଗାଇ ଘର ଆଜବେଷ୍ଟ ରେଲିଙ୍ଗରେ ଝୁଲିଥିବା ଦେଖିଥିଲେ।

ଏହା ଦେଖି ପରିବାର ଲୋକେ ରାଜଗାଙ୍ଗପୁର ଥାନାକୁ ଖବର ଦେଇଥିଲେ । ସୂଚନା ପାଇ ପୁଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ରାଜଗାଙ୍ଗପୁର ସିଏଚସିକୁ ପଠାଇଥିଲେ। ମୃତ ନମିତାଙ୍କର ସ୍ୱାମୀଙ୍ରକ ପୂର୍ବରୁ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଦୁଇ ସନ୍ତାନ ରହିଛନ୍ତି।

ତେବେ ପାରିବାରିକ ସମସ୍ୟାକୁ ନେଇ ନମିତା ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାର ଲୋକେ ସନ୍ଦେହ ବ୍ୟକ୍ତ କରିଥିବା ବେଳେ ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

sundargarh 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe