ସୁନ୍ଦରଗଡ଼ ଗୁଳିକାଣ୍ଡ: ଅଭିଯୁକ୍ତଙ୍କୁ ଧରିବା ଦାବି, ଥାନା ଆଗରେ ମହିଳାଙ୍କ ଧାରଣା

Advertisment
ସୁନ୍ଦରଗଡ଼ ଗୁଳିକାଣ୍ଡ: ଅଭିଯୁକ୍ତଙ୍କୁ ଧରିବା ଦାବି, ଥାନା ଆଗରେ ମହିଳାଙ୍କ ଧାରଣା

ସୁନ୍ଦରଗଡ଼, ଏକ ଲୋମହର୍ଷକ ଘଟଣାକ୍ରମେ, ଗତ ଏପ୍ରିଲ ୨୯ ତାରିଖ ରାତିରେ ସୁନ୍ଦରଗଡ଼ ଟାଉନ ଥାନା ପିଏସଆର ସିନେମା ହଲ୍ ନିକଟରେ ମହନ୍ତିଆପଡାର ମୁରାରୀ ତନ୍ତୀ ନାମକ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ। ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି। ଅଭିଯୁକ୍ତମାନଙ୍କ ସମ୍ପର୍କରେ ମୃତକଙ୍କ ପରିବାର ଲୋକେ ସୂଚନା ଦେଇଥିଲେ ମଧ୍ୟ ଏଯାଏ ପୁଲିସ କାହାରିକୁ ଗିରଫ କରି ନଥିବା ଅଭିଯୋଗ କରି ଆଜି ମୃତକଙ୍କ ପରିବାର ଓ ପଡାଲୋକେ ଥାନା ଆଗରେ ଧାରଣା ଦେଇଥିଲେ। ହତ୍ୟାର କାରଣ ଓ ଅଭିଯୁକ୍ତମାନଙ୍କ ନାମ ପୁଲିସକୁ ଲିଖିତ ଭାବେ ଜଣାଇଥିଲେ ବି ପୁଲିସ ଗିରଫ କରୁ ନଥିବା ଅଭିଯୋଗ କରି ବର୍ଷିଥିଲେ। ପୁଲିସ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା  ପ୍ରତ୍ୟାହୃତ ହୋଇଥିଲା।

ଅନ୍ୟପଟେ ପୁଲିସ ୪ଟି ଟିମ୍ ଗଠନ କରି ତନାଘନା ଚଲାଇଥିବାବେଳେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଏକ ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି। ୨୯ ତାରିଖ ରାତି ପ୍ରାୟ ସାଢେ ୮ଟାରେ ମୁରାରୀ ତନ୍ତୀ ନିଜ ସ୍କୋର୍ପିଓରୁ ପିଏସଆର ସିନେମା ହଲ ନିକଟରେ ଓହ୍ଲାଇ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଡ୍ରାଇଭର ଗାଡ଼ି ଧରି ରାସ୍ତା କଡ଼ରେ ଅପେକ୍ଷା କରିଥିଲେ। ଅଧ ଘଣ୍ଟା ପରେ ମୁରାରୀ ସମ୍ପର୍କୀୟଙ୍କ ଘରୁ ଚାଲି ଚାଲି ଗାଡ଼ି ପାଖକୁ ଆସୁଥିବା ବେଳେ ରାସ୍ତା ମଝିରେ ଜଣେ ଦୁର୍ବୃତ୍ତ ତାଙ୍କର ଅତି ନିକଟକୁ ଯାଇ ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ ଥୋଡିରେ ଲାଗିଥିଲା, ସେ ଟଳି ପଡ଼ିଥିଲେ। ଏହା ପରେ ଦୁର୍ବୃତ୍ତ ତାଙ୍କ ଚାରିପଟେ ଘୂରି ବୁଲିବା ସହ ସ୍କୋର୍ପିଓ ପାଖକୁ ଆସି ଡ୍ରାଇଭରକୁ ବନ୍ଧୁକ ଦେଖାଇଥିଲେ। ଡ୍ରାଇଭର ଭୟରେ ଆଗକୁ ଗାଡ଼ି ନେଇ ଯାଇଥିଲା।

ଏପଟେ ଦୁର୍ବୃତ୍ତ ଜଣକ ରାସ୍ତାରେ ନିଶ୍ଚଳ ହୋଇ ପଡ଼ିଥିବା ମୁରାରୀ ପାଖକୁ ଫେରି ଆସି ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ପୁଣି ଗୁଳି ଫୁଟାଇଥିଲେ। ଏହି ସମୟରେ ରାସ୍ତା ଦେଇ ଗାଡ଼ି ମଟର ଯାତାୟତ କରୁଥିଲେ ମଧ୍ୟ ହତ୍ୟାକାରୀ ନିର୍ଭୀକ ଭାବେ ହତ୍ୟା କରି ଚାଲି ଯାଇଥିଲା। ପରିବାର ଲୋକେ ପୂର୍ବ ଶତ୍ରୁତାରୁ ଘଟଣା ଘଟିଥିବା କହୁଛନ୍ତି। ପୂର୍ବରୁ ୬ ମାସ ତଳେ ମଧ୍ଯ ସେ ନିର୍ଦ୍ଦିଷ୍ଟ ବ୍ୟକ୍ତି ମୃତ ମୁରାରୀଙ୍କ ପୁତୁରାଙ୍କ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏବେ ଜମି କିଣାବିକା ବିବାଦକୁ ନେଇ ଅଭିଯୁକ୍ତମାନେ ପେସାଦାର ଅପରାଧୀଙ୍କୁ ଲଗାଇ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ସହରରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe