ଆରଡ଼ି ଶୈବପୀଠର ’ଶିବଗଙ୍ଗା’କୁ ଦୂଷିତ କରୁଛି ଚିଙ୍ଗୁଡ଼ି ପୋଖରୀରୁ ନିଷ୍କାସିତ ବିଷାକ୍ତ ପାଣି

Advertisment

ଚିଙ୍ଗୁଡ଼ି ପୋଖରୀ ଉଛେଦ ଦାବିରେ ତାତିଲେ ମହିଳା, ଘେରିଲେ ଆରଡ଼ି ଥାନା  

ଚିଙ୍ଗୁଡ଼ି ପୋଖରୀ ଉଛେଦ ଦାବିରେ ତାତିଲେ ମହିଳା, ଘେରିଲେ ଆରଡ଼ି ଥାନା  

ଆରଡ଼ି ଶୈବପୀଠର ’ଶିବଗଙ୍ଗା’କୁ ଦୂଷିତ କରୁଛି ଚିଙ୍ଗୁଡ଼ି ପୋଖରୀରୁ ନିଷ୍କାସିତ ବିଷାକ୍ତ ପାଣି
ଆରଡ଼ି/ଭଦ୍ରକ: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଆରଡ଼ି ସନ୍ନିକଟ ‌ପୋଖରୀ ‘ଶିବଗଙ୍ଗା’ର ଜଳ ବିଷାକ୍ତ ହେଉଛି। ଏହାକୁ ନେଇ ବୁଦ୍ଧିଜୀବୀ ଓ ସ୍ଥାନୀୟ ଅଂଚଳ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି। ଶିବଗଙ୍ଗାର ଜଳ ଦୂଷିତ ଏବଂ ବିଷାକ୍ତ ହେବାର ମୁଖ୍ୟ କାରଣ ସ୍ଥାନୀୟ ଅଂଚଳର ପୋଖରୀରେ ହେଉଥିିବା ଚିଙ୍ଗୁଡ଼ି ଚାଷ ବୋଲି ଅଭିଯୋଗ ହେଉଛି। କାରଣ ଚିଙ୍ଗୁଡ଼ି ପୋଖରୀରୁ ନିଷ୍କାସିତ ଜଳ ଆସି ଶିବଗଙ୍ଗାର ଜଳରେ ମିଶୁଛି।
ଆରଡ଼ି ଅଂଚଳରେ ଥିବା ଚିଙ୍ଗୁଡ଼ି ପୋଖରୀ ଉଚ୍ଛେଦ ପାଇଁ ଦାବୀ କରିଛନ୍ତି ଶତାଧିକ ମହିଳା। ଏ ନେଇ ଆରଡ଼ି ଅଞ୍ଚଳର ମହିଳାମାନେ ସ୍ଥାନୀୟ ଥାନା ଅଧିକାରୀ ଓ ସରପଞ୍ଚଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ମହିଳାମାନଙ୍କ ଅଭିଯୋଗ ମୁତାବକ ଚିଙ୍ଗୁଡ଼ି ପୋଖରୀରେ ବ୍ୟବହୃତ ହେଉଥିବା ବିଷ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ବିଭିନ୍ନ ପ୍ରକାର ଚର୍ମ ରୋଗର ଶିକାର ହେଉଛନ୍ତି। ଛୋଟ ଛୁଆମାନେ ଏଥିରେ ବେଶୀ ପ୍ରଭାବିତ ହେଉଛନ୍ତି। ପୋଖରୀରୁ ନିଷ୍କାସିତ ହେଉଥିବା ପାଣି ନାଳ ମାଧ୍ୟମରେ ଆସି ବିଭିନ୍ନ ପୋଖରୀରେ ମିଶି ପୋଖରୀ ପାଣିକୁ ଦୂଷିତ କରୁଛି । ଏଣୁ ତୁରନ୍ତ ଏହିସବୁ ପୋଖରୀଗୁଡ଼ିକ ବନ୍ଦ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବା ବୋଲି ପ୍ରକାଶ କରିଛନ୍ତି । ଏଥିସହ ଆସନ୍ତାକାଲି ଏବାବଦରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେବେ ବୋଲି ପ୍ରକାଶ କରିଛନ୍ତି ।
publive-image
ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲାର ଚାନ୍ଦାବାଲି, ତିହିଡ଼ି ଓ ବାସୁଦେବପୁର ବ୍ଲକ ଅଂଚଳରେ ବିପୁଳ ପରିମାଣରେ ଚିଙ୍ଗୁଡ଼ି ଚାଷ କରାଯାଉଛି। ବିଗତ କିଛି ବର୍ଷ ମଧ୍ୟରେ ଆରଡି ଅଂଚଳରେ ଅନେକ ପୋଖରୀରେ ଚିଙ୍ଗୁଡ଼ି ଚାଷ ହେଉଛି। ଏହି ପୋଖରୀଗୁଡ଼ିକରୁ ଦୂଷିତ ଜଳ ନଦୀକୁ ନିଷ୍କାସନ କରାଯାଉଛି ଏବଂ ଏହା ପ୍ରସିଦ୍ଧ ଆରଡି ଶୈବପୀଠରେ ଥିବା ‘ଶିଵଗଙ୍ଗା ପୋଖରୀ’କୁ ପରୋକ୍ଷ ଭାବେ ମିଶୁଥିବାରୁ ଉକ୍ତଙ୍କ ମନରେ ଅଶାନ୍ତି ସୃଷ୍ଟି କରିଛି। କାରଣ ଶିବଗଙ୍ଗାର ପୋଖରୀର ପାଣି ଏବେ ବ୍ୟବହାର ଅନୁପଯୋଗୀ ହୋଇ ପଡିଛି। ଏଣୁ ପ୍ରଶାସନ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଉକ୍ତ ଚିଙ୍ଗୁଡ଼ି ପୋଖରୀ ଗୁଡ଼ିକ ବନ୍ଦ କରିବା ପାଇଁ ମହିଳା ମାନେ ଦାବି ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe