ଦେଢ଼ଶୁରଙ୍କୁ ଆକ୍ରମଣ କରି ଭାଇବୋହୂ ଗିରଫ

Advertisment
ଯୁବକଙ୍କୁ ଛୁରିରେ ଆକ୍ରମଣ ଘଟଣା: ଫେରାର୍‌  ଅଭିଯୁକ୍ତ ଗିରଫ

Image Courtesy of East Coast Daily English

ବୁର୍ଲା: ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ଅଞ୍ଚଳରେ ଦେଢଶୁରକୁ ଆକ୍ରମଣ କରି ଭାଇବୋହୁ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୭ ତାରିଖ ଦିନ ଜମି ଜମା ମାମଲାକୁ ଆଧାର କରି ଚିପିଲିମା ଅଞ୍ଚଳର ଦୁଇ ଭାଇ ପ୍ରେମରାଜ କୁମ୍ଭାର ଓ ଧର୍ମରାଜ କୁମ୍ଭାର ଦୁଇ ଭାଇଙ୍କ ମଧ୍ୟରେ କଟୁ ବଚସା ହୋଇଥିଲା। ଏଥିରେ ରାଗିଯାଇ ସାନଭାଇ ଧର୍ମରାଜ ବଡ଼ଭାଇ ପ୍ରେମରାଜଙ୍କ ହାତକୁ ପଛ ପଟରୁ ଧରି ନିଜ ପତ୍ନୀଙ୍କୁ ମାରିବାକୁ କହି ଥିଲେ। ଧର୍ମରାଜଙ୍କ ପତ୍ନୀ ନିଜ ଦେଢଶୁରଙ୍କ ମୁଣ୍ଡରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଭିମସାରକୁ ନେଇ ଚିକିତ୍ସା କରାଯାଇଥିଲା। ଲିଖିତ ଅଭିଯୋଗ ପରେ ଆଜି ଅଭିଯୁକ୍ତ ଭାଇବୋହୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe