ମହିଳା ପୋଡ଼ିଦେଲେ ମଦଭାଟି, ‌ମଦ ପିଇ ଯୁବକଙ୍କ ମୃତ୍ୟୁରୁ ଜାହାଡ଼ା ଅଶାନ୍ତ

Advertisment
ମହିଳା ପୋଡ଼ିଦେଲେ ମଦଭାଟି, ‌ମଦ ପିଇ ଯୁବକଙ୍କ ମୃତ୍ୟୁରୁ ଜାହାଡ଼ା ଅଶାନ୍ତ

ଧରାକୋଟ: ଦେଶୀ ମଦ ଭାଟିକୁ ନେଇ ଭିତରେ ଭିତରେ ଅସନ୍ତୋଷ କୁହୁଳୁଥିଲା। ରାତିରେ ମଦ ନିଶାରେ ପୋଖରୀରେ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାହାଡ଼ା ଗ୍ରାମ ଅଶାନ୍ତ ହୋଇଉଠିଛି। ଶତାଧିକ ମହିଳା ଆଜି ମେଳି ବାନ୍ଧିବା ସହ ରାଜରାସ୍ତାକୁ ଓହ୍ଲାଇଥିଲେ। ଗାଁ ଶେଷମୁଣ୍ଡରେ ଥିବା ସରକାରୀ ଦେଶୀ ମଦଭାଟିରେ ଧସେଇ ପଶି ସମସ୍ତ ସାମଗ୍ରୀ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ପୋଡ଼ି ଦେଇଥିଲେ।

ମିଳିଥିବା ସୂଚନାନୁସାରେ, ଗତକାଲି ରାତିରେ ଏହି ଗ୍ରାମର ଦୟାନିଧି ନାୟକଙ୍କ ପୁଅ ବିଶ୍ବନାଥ(୨୭) ଠାକୁରାଣୀ ବନ୍ଧ ନିକଟରେ ଥିବା ଭାଟିରୁ ଦେଶୀ ମଦ ପିଇଥିଲେ। ନିଶାସକ୍ତ ଅବସ୍ଥାରେ ଆସୁଥିବାବେଳେ ସେ ଅସାବଧାନତାବଶତଃ ଏକ ପୋଖରୀରେ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଧରାକୋଟ ଅଗ୍ନିଶମ କର୍ମଚାରୀ ପହଞ୍ଚି ଶବ ଉଦ୍ଧାର କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ଏହି ଘଟଣା ପରେ ଗ୍ରାମରେ ମଦଭାଟିକୁ ନେଇ କୁହୁଳୁଥିବା ଅସନ୍ତୋଷ ଆଜି ସକାଳୁ ବିସ୍ଫୋରକ ରୂପ ନେଇଥିଲା। ଗାଁ ମହିଳାମାନେ ମେଳି ବାନ୍ଧି ଭାଟିରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଗୋପୀନାଥ ସାହି, ଠାକୁରାଣୀ ସାହି ଓ ନୂଆସାହିର ମହିଳା ମାନେ ମଦ ବିକ୍ରି କରୁଥିବା ଯୁବକ ଏବଂ ସ୍ଥାନୀୟ ସରପଞ୍ଚଙ୍କ ଘର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହ ଝଗଡ଼େଇ-ସିଙ୍ଗିପୁର ରାସ୍ତାକୁ ବହୁ ସମୟ ଧରି ଅବ‌ରୋଧ କରିବାରୁ ଯାନବାହନ ଚଳାଚଳ ବନ୍ଦ ‌ହୋଇ ଯାଇଥିଲା। ପରିସ୍ଥତି ଅଣାୟତ୍ତ ହେବାରୁ ଧରାକୋଟ ଥାନା ଅଧିକାରୀ ସନ୍ତୋଷ କୁମାର ବ‌େହେରା ସଦଳବଳ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିିବା ପରେ ଅବରୋଧ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe