ଦୁର୍ବ୍ୟବହାର କରିବାରୁ ଉତ୍ତମମଧ୍ୟମ ଦେଲେ ମହିଳା

Advertisment
ଦୁର୍ବ୍ୟବହାର କରିବାରୁ ଉତ୍ତମମଧ୍ୟମ ଦେଲେ ମହିଳା

Amarujala

ବାମରା : ବାମରା ନିକଟ ତପଗୁଂଜା ଗ୍ରାମର ଜଣେ ବ୍ୟକ୍ତି ଗ୍ରାମର କେତେକ ମହିଳାଙ୍କୁ ବିନା କାରଣରେ ଗାଳି ଗୁଳଜ କରିବାରୁ ମହିଳାମାନେ ତାଙ୍କୁ ଛେଚିଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ରବିବାର ଅପରାହ୍ନ ପ୍ରାୟ ୫ ଟାରେ ତପଗୁଂଜା ଗ୍ରାମର ଦଶରଥ ଅଟି(୪୦) ସ୍ଥାନୀୟ ଜଣେ ମାଛ ବ୍ୟବସାୟୀଙ୍କଠାରୁ ୭୦ ଟଙ୍କା ପ୍ରତି କେଜି ହିସାବରେ ୧୦ କେଜି ମାଛକୁ ୭ଶହ ଟଙ୍କା ଦେଇ କିଣିଥିଲେ। ଏହି ମାଛକୁ ସେ ନେଇ ଗାଁରେ ବିକ୍ରି କରିବା ପରେ ମୋଟ୍‌ ପ୍ରାୟ ୨ ଶହ ଟଙ୍କା ହିଁ ପାଇଥିଲେ। ଏହାପରେ ସେ ତାଙ୍କୁ କମ ପରିମାଣର ମାଛ ଦେଇ ଠକି ଦେଇଥିବା କହି ସଂପୃକ୍ତ ବ୍ୟବସାୟୀଙ୍କୁ ଖୋଜି ନ ପାଇ ତାଙ୍କ ସମ୍ପର୍କୀୟଙ୍କୁ ପାଇ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିଥିଲେ। ଏହାର କିଛି ସମୟ ପରେ ଗାଁ ମଝିକୁ ଯାଇ ସେଠାରେ ବସିଥିବା ମହିଳାମାନଙ୍କୁ ଇଙ୍ଗିତ କରି ପାଟିତୁଣ୍ଡ ଓ ଗାଲି ଗୁଳଜ କରିଥିଲେ। ଦଶରଥଙ୍କୁ ମହିଳାମାନେ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ପୂର୍ବଭଳି ଉତ୍ପାତ କରିବାରୁ ମହିଳାମାନେ ଧରି ଉତ୍ତମ ମଧ୍ୟମ ଦେଇଥିଲେ। ପରେ ଦଶରଥଙ୍କୁ ଗୋବିନ୍ଦପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ଏ ନେଇ ଦଶରଥଙ୍କ ପକ୍ଷରୁ କୌଣସି ଅଭିଯୋଗ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe