କାମ ଦେଲାନି ମହିଳା କାର୍ଡ: ୬ବିଧାନସଭା ଓ ଲୋକସଭା ଆସନରେ ହାରିଲେ ମହିଳା ପ୍ରାର୍ଥୀ

Advertisment
କାମ ଦେଲାନି ମହିଳା କାର୍ଡ: ୬ବିଧାନସଭା ଓ ଲୋକସଭା ଆସନରେ ହାରିଲେ ମହିଳା ପ୍ରାର୍ଥୀ

The Economic Times

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ୭ ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ନିର୍ବାଚନ ଲଢ଼ୁଥିଲେ ମହିଳା ପ୍ରାର୍ଥୀ। ହେଲେ ଗୋଟିଏ ବି ଆସନରେ କେହି ବିଜୟୀ ହୋଇପାରି ନାହାନ୍ତି। ବିଜେଡି ସର୍ବାଧିକ ୫ ବିଧାନସଭା ଆସନ (ଜୟପୁର, ରାୟଗଡ଼ା, ନବରଙ୍ଗପୁର, ଉମରକୋଟ, ଚିତ୍ରକୋଣ୍ଡା) ଓ କୋରାପୁଟ ଲୋକସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଅନୁରୂପ ଭାବେ କଂଗ୍ରେସ ଡାବୁଗାଁ, ଝରିଗାଁ ବିଧାନସଭା ଆସନରେ ମହିଳା କାର୍ଡ ଖେଳି ଫେଲ୍ ମାରିଛି।

କୋରାପୁଟ ଲୋକସଭା ଆସନରେ ବିଜେଡି କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ କଂଗ୍ରେସର ସପ୍ତଗିରି ଉଲାକାଙ୍କୁ ଟକ୍କର ଦେବାରେ କୌଶଲ୍ୟା ବିଫଳ ହୋଇଛନ୍ତି। ସେହିପରି କୋରାପୁଟ ଜିଲ୍ଲାର ଜୟପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଡ. ଇନ୍ଦିରା ନନ୍ଦ ହାରିଛନ୍ତି। ରାୟଗଡ଼ା ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା। ରାୟଗଡ଼ା ବିଧାନସଭା ଆସନରୁ ବିଜେଡି ଟିକେଟରେ ଲଢ଼ିଥିବା ଅନୁସୂୟା ମାଝୀ ମଧ୍ୟ ହାରିଛନ୍ତି। ନବରଙ୍ଗପୁର ଜିଲ୍ଲାର ଦୁଇ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦେଇଥିଲା। ଦୁଇ ଆସନରେ ଦଳ ହାରିଛି। ନବରଙ୍ଗପୁର ଆସନରେ ବିଜେଡିର କୌଶଲ୍ୟା ପ୍ରଧାନୀ ଓ ଉମରକୋଟ ଆସନରେ ନବୀନା ନାୟକ ପରାସ୍ତ ହୋଇଛନ୍ତି। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଆସନ‌ରେ ବିଜେଡି ଲକ୍ଷ୍ମୀପ୍ରିୟା ନାୟକଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଏଠାରେ ତୃତୀୟ ସ୍ଥାନରେ ରହିଲେ ଲକ୍ଷ୍ମୀପ୍ରିୟା। ଝରିଗାଁ ଆସନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ହାରାବତୀ ଗଣ୍ଡ ମାତ୍ର ୨୫ ହଜାର ୫୩୫ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଡାବୁଗାଁ ଆସନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଡ. ଲିପିକା ମାଝୀ ବିଜେଡିର ମନୋହର ରନ୍ଧାରୀଙ୍କୁ କଡା ଟକ୍କର୍ ଦେଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe