୨୫ରେ ମହିଳା କଂଗ୍ରେସର ସ୍ବାଭିମାନ ସ˚କଳ୍ପ ସମାବେଶ

Advertisment
୨୫ରେ ମହିଳା କଂଗ୍ରେସର ସ୍ବାଭିମାନ ସ˚କଳ୍ପ ସମାବେଶ

ଭୁବନେଶ୍ବର: ଆସନ୍ତା ୨୫ ତାରିଖରେ କ˚ଗ୍ରେସ ଭବନ ପରିସରରେ ଓଡିଶା ପ୍ରଦେଶ ମହିଳା କ˚ଗ୍ରେସ କମିଟି ତରଫରୁ ସ୍ବାଭିମାନ ସ˚କଳ୍ପ ସମାବେଶ ଅନୁଷ୍ଠିତ ହେଉଛି। ଏହି ସମାବେଶରେ ରାଜ୍ୟ ଓ‌ ଦେଶରେ ମହିଳା ଓ ନାବାଳିକାଙ୍କ ଉପରେ ବଢ଼ୁଥିବା ବିଭିନ୍ନ ଅପରାଧ ଓ ହିଂସା, ଡିଜେଲ୍‌, ପେଟ୍ରୋଲ୍‌ ଓ ରନ୍ଧନ ଗ୍ୟାସ ଦରବୃଦ୍ଧିର ପ୍ରତିବାଦ କରାଯିବା ସହିତ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦାବି ଆଦି ପ୍ରସଙ୍ଗ ଉପସ୍ଥାପନ କରାଯିବ।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ମହିଳା କ˚ଗ୍ରେସ ସଭାପତି ସୁମିତ୍ରା ଜେନା ସ୍ବାଭିମାନ ସମାବେଶ ସଂପର୍କରେ ସୂଚନା ଦେଇଥିଲେ। ସେ କହିଲେ ଯେ ମହିଳାଙ୍କ ପ୍ରତି ଅପରାଧ, ନିଶାମୁକ୍ତ ଓଡିଶା ଓ ଭାରତ, ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ରୋକିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା, ଶିକ୍ଷା, ଚିଟ୍‌ଫଣ୍ତ ଦୁର୍ନୀତି, ଇନ୍ଦିରା ଆବାସ ଓ ପାଇଖାନା ‌ନିର୍ମାଣରେ ବ୍ୟାପକ ଅର୍ଥ ତୋଷରପାତ, ସ୍ବୟ˚ ସହାୟକ ଗୋଷ୍ଠୀ ଜରିଆରେ ଦଳୀୟ ଭିତ୍ତିରେ ଋଣ ଯୋଗାଣ ଓ ସମବାୟ ବିଭାଗ ଦ୍ବାରା ସମବାୟ ସ˚ସ୍ଥାରୁ ଋଣ ପ୍ରଦାନରେ ପାତରଅନ୍ତର ଆଦିକୁ ମହିଳା କ˚ଗ୍ରେସ କଦାପି ବରଦାସ୍ତ କରିବ ନାହିଁ। ଏହି ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଓ ଅଖିଳ ଭାରତ ମହିଳା କ˚ଗ୍ରେସ କମିଟି(ଏଆଇଏମ୍‌ସି) ସ˚ପାଦକ ତଥା ଓଡିଶା ମହିଳା କ˚ଗ୍ରେସ ପ୍ରଭାରୀ ସନ୍ଧ୍ୟା ସାୱାଲାଖେ ଉଦ୍‌ଘାଟକ ରୂପେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନାରୀନେତ୍ରୀ ବିଜୟଲକ୍ଷ୍ମୀ ସାହୁ, ପ୍ରାକ୍ତନ ମନ୍ତ୍ରୀ, ରତ୍ନମଣି ଉଲାକା, ସ୍ବାଧୀନବାଳା ଦାସ, ଜୟଶ୍ରୀ ପଟ୍ଟନାୟକ, କନକଲତା ମଲ୍ଲିକ, ଭାଗ୍ୟଶ୍ରୀ ପ୍ରଧାନ, କଳ୍ପନା ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe