ThePleasantDream
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଚୁଡ଼ିହାରୀ ପଡ଼ାରେ ଗୁରୁବାର ଏକ କାର୍ ଧକ୍କାରେ ଏସ. ପାର୍ବତୀ ନାମ୍ନୀ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ ଜଣ ମହିଳା ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଭବାନୀପାଟଣା ଟାଉନ୍ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ପୁଲିସ୍ କାର୍ ଚାଳକକୁ ଗରିଫ କରିଛି।
ପ୍ରକାଶ ଯେ, ଭବାନୀପାଟଣା-ମୂଷାନାଳରେ ଉକ୍ତ କାର୍ଟି ଭବାନୀପାଟଣା ଅଭିମୁଖେ ଆସୁଥିଲା। ଏହି ସମୟରେ ସହରର ଚୁଡ଼ିହାରୀପଡ଼ା ନିକଟରେ ଏସ୍. ପାର୍ବତୀ ଓ ଅନ୍ୟ ୨ ମହିଳାଙ୍କୁ ଧକ୍କା ଦେଇଥିଲା। ଖବର ପାଇ ଭବାନୀପାଟଣା ଟାଉନ୍ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ୨ ଆହତ ମହିଳାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପୁଲିସ୍ ଏକ ମାମଲା ରୁଜୁ କରି ଗାଡ଼ି ମାଲିକ ତଥା ଚାଳକ ହରେକୃଷ୍ଣ ସାହୁଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ତାଙ୍କୁ ଗିରଫ ଦାବି କରି ଉତ୍ତ୍ୟକ୍ତ ଲୋକେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ।
Follow Us