ହାତୀ ଆକ୍ରମଣରେ ମହିଳା ମୃତ

ସର୍ପାଘାତରେ ନାବାଳିକା ମୃତ

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଯାମୁଯୋରୀ ପଂଚାୟତର ଲୁବରୀ ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ମଥୁରା ଦେହୁରୀ (୫୦ ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ସନ୍ଧ୍ୟା ୭ଟାରେ ମଥୁରା ଶୌଚ ପାଇଁ ଯାଇଥିବା ବେଳେ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମଥୁରାର ମୃତ୍ୟୁ ହୋଇଥିଲା।

ତେବେ ଲୁବୁରି ଗ୍ରାମର ଚାରିପ‌ଟେ ଦନ୍ତା ହାତୀଟି ବୁଲୁଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଜଙ୍ଗଲକୁ ଘଉଡ଼େଇବା ପାଇଁ ପ୍ରୟାସ ଜାରିରଖିଛି। ଅପରପକ୍ଷେ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe