iStock
ଆନନ୍ଦପୁର: ଘସିପୁରା ବ୍ଲକ୍ ତରୁଆଁ ପଞ୍ଚାୟତ ମହୁରୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଲକ୍ଷ୍ମୀଧର ଭଞ୍ଜଙ୍କ ପତ୍ନୀ ପ୍ରତିମା ଭଞ୍ଜ (୪୩)। ପ୍ରତିମା ଗତକାଲି ରାତିରେ ଘରେ ଶୋଇଥିବା ବେଳେ ତାଙ୍କ ଡାହାଣ ଗୋଡ଼କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା।
ସକାଳୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ସେଠାରୁ କଟକ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। କଟକରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଅପରାହ୍ଣରେ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
Follow Us