ସାପ କାମୁଡ଼ାରେ ମହିଳା ମୃତ 

Advertisment
ସାପ କାମୁଡ଼ାରେ ମହିଳା ମୃତ 

The Wire Science

ଇବ୍‌ଥର୍ମାଲ: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ କୁମ୍ଭାରବନ୍ଧ ପଞ୍ଚାୟତର ଶ୍ରଦ୍ଧାପାଲି ଗ୍ରାମରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ସୂଚନାନୁସାରେ ଗାଁ’ର ଜୟନ୍ତୀ ଭୋଇ (୩୫) ଗତ ରବିବାର ଜମିରୁ କାମ ସାରି ଘରକୁ ଫେରିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା।

ଘରକୁ ଆସି ସେ ଏ ସଂପର୍କରେ ଜଣାଇବା ପରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇ ଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍‌ରୁ ତାଙ୍କ ମୃତ୍ୟୁ ଘଟିଛି। ପ୍ରକାଶଥାଉ କି ଗତ ୪ ତାରିଖ ଦିନ କଣ୍ଟାଟିକ୍ରା ଗାଁ’ର ବୈକୁଣ୍ଠ ଗନିକଙ୍କ ମଧ୍ୟ ସାପ କାମୁଡ଼ାରେ ଝାରସୁଗୁଡ଼ା ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଓପିଜିସି, ବନ୍ଧବାହାଲ ଏମସିଏଲ ଓ ବେଲପାହାଡ଼ ସ୍ଥିତ ଟିଆରଏଲ୍‌ କ୍ରୋସାକି ଡାକ୍ତରଖାନାରେ ସର୍ପାଘାତର ଶିକାର ସାଧାରଣ ଲୋକଙ୍କ ନିଃଶୁଳ୍କ ଚିକିତ୍ସା ବ୍ୟବସ୍ଥା କରାଗଲା ବହୁ ମୂଲ୍ୟବାନ ଜୀବନ ବଞ୍ଚି ଯାଆନ୍ତ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe