deccan herald
ବଲାଙ୍ଗୀର: ବାଇକ୍ରୁ ପଡ଼ି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ତେନ୍ତୁଲିମୁଣ୍ଡା ଗାଁର ମହିଳା ଗୁରେନ ସୁନାଙ୍କ ମୃତ୍ୟୁ ଘଟିଛି। ସେ ତାଙ୍କ ସମ୍ପର୍କୀୟଙ୍କ ସହ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ବାଇକ୍ରେ ଯାଉଥିବା ବେଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାକୁ ଅଣାଯାଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପରିବାର ଲୋକଙ୍କ ସହମତିରେ ମୃତ ମହିଳାଙ୍କ ଚକ୍ଷୁ ଭୁବନେଶ୍ୱରସ୍ଥିତ ଚକ୍ଷୁ ବ୍ୟାଙ୍କକୁ ଦାନ କରାଯାଇଛି।
Follow Us