ହିଞ୍ଜିଳିକାଟୁ: ସଜନା ଗଛ କାଟିବାକୁ କେନ୍ଦ୍ରକରି ବୃଦ୍ଧଙ୍କୁ ହତ୍ୟା। ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଧୀନ ବେଲଗାଁ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତକ ବୃଦ୍ଧ ଜଣକ ହେଉଛନ୍ତି, ଭାସ୍କର ଗୌଡ଼ (୭୫)। ଏନେଇ କେସ୍.ନଂ ୧୭୮ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ପରେ ତଦନ୍ତ ଜାରି ରହିଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ହତ୍ୟାକାରୀ କାମନା ଗୌଡ଼ ଫେରାର ଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ, ଭାସ୍କର ଓ କାମନା ହେଉଛନ୍ତ ଦୁଇ ପଡ଼ୋଶୀ। ଗତ ୧୮ ତାରିଖରେ ଭାସ୍କରଙ୍କ ବାରି ପଟେ ଥିବା ଏକ ସଜନା ଗଛକୁ କାମନା କାଟି ଦେଇଥିଲେ। ଗଛ କାହିଁକି କାଟିଲୁ ବୋଲି ଭାସ୍କର ତାଙ୍କୁ ପଚାରି ଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ କାମନା ଧରିଥିବା ଏକ ବାଉଁଠ ଠେଙ୍ଗାକୁ ଭାସ୍କରଙ୍କ ପେଟରେ ଭୁସି ଦେଇଥିଲେ।
ଗଛ କଟାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ହତ୍ୟା
Advertisment
Follow Us