123rf.com
ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ବରଗାଁରେ ବିଳାସିନୀ ଶବର (୩୦)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ବିଳାସିନୀଙ୍କ ଶାଶୂଘର ଲୋକେ ଏହା ଆତ୍ମହତ୍ୟା ବୋଲି କହୁଥିବା ବେଳେ ବାପ ଘର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୁଲିସ ବିଳାସିନୀଙ୍କ ସ୍ବାମୀ ରୋହିତ ଶବରଙ୍କୁ ଅଟକ ରଖିଛି।
ପୁଲିସରେ ମୃତା ବିଳାସିନୀଙ୍କ ଭାଇ ଚୂଡ଼ାମଣି ଖମାରୀ କରିଥିବା ଅଭିଯୋଗ ଅନୁସାରେ, ଗତ ଗୁରୁବାର ସେ ଓ ତାଙ୍କ ମା’ ବରଗାଁ ଆସି ଫେରିଯାଇଥିଲେ। ସୋମବାର ସକାଳେ ରୋହିତ ଫୋନ୍ ଯୋଗେ ଚୂଡ଼ାମଣିଙ୍କୁ ବିଳାସିନୀଙ୍କ ମୃତ୍ୟୁ ଖବର ଜଣାଇଥିଲେ। ପୂର୍ବରୁ ରୋହିତ ଓ ବିଳାସିନୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ତେଣୁ ବିଳାସିନୀଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଉଛନ୍ତି ବୋଲି ଚୂଡ଼ାମଣି ଅଭିଯୋଗ କରିଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ନଂ ୧୨୭/୨୨ରେ ମାମଲା ରୁଜୁ କରି ରୋହିତଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।
Follow Us