new indian express
ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୭ର ମାର୍ଯାତିପୁର ଛକ ନିକଟରେ ବାଇକ ଧକାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏଥିରେ ବାଇକ୍ ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ରାତି ପ୍ରାୟ ୮ଟାରେ ମାର୍ଯାତିପୁର ଗ୍ରାମର ରାଜେନ୍ଦ୍ର ସେଠୀଙ୍କ ସ୍ତ୍ରୀ କୁନି ସେଠୀ (୬୦) ରାସ୍ତା ପାର ହେଉଥିଲେ।
ଏହି ସମୟରେ ବଲାଙ୍ଗୀରରୁ ବୌଦ୍ଧ ଅଭିମୁଖେ ଯାଉଥିବା ଏକ ବାଇକ (ଓଡି ୩୧ ଏଚ୍ ୦୨୦୫) କୁନିଙ୍କୁ ଧକ୍କା ଦେଇଥିଲା। ଏହି ସମୟରେ ବାଇକ ଆରୋହୀ ଛିଟିକି ପଡ଼ି ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ କୁନିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାଇକ ଚାଳକ ଆସିକ ସୁନା (୩୫)ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଜହ୍ନାପଙ୍କ ଫାଣ୍ଡି ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।
Follow Us