ସରକାରୀ ଆୟୁର୍ବେଦ ଚିକିତ୍ସାଳୟରେ ଝୁଲୁଛି ତାଲା; ତୁରନ୍ତ ଡାକ୍ତର ନିଯୁକ୍ତି ସହ ନିୟମିତ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବାକୁ ଦାବି

ସରକାରୀ ଆୟୁର୍ବେଦ ଚିକିତ୍ସାଳୟରେ ଝୁଲୁଛି ତାଲା; ତୁରନ୍ତ ଡାକ୍ତର ନିଯୁକ୍ତି ସହ ନିୟମିତ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବାକୁ ଦାବି

ଘୁ.ଉଦୟଗିରି: ରାଜ୍ୟ ଏବଂ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରି ଗୃହ ନିର୍ମାଣ କରି ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରି ସାଜସଜ୍ଜା କରି ଥିବା ବେଳେ କନ୍ଧମାଳ ଜିଲ୍ଲାରେ ଗ୍ରାମାଞ୍ଚଳରେ ବହୁ ଗ୍ରାମରେ ଚିକିତ୍ସାଳୟରେ ଡାକ୍ତର କର୍ମଚାରୀ ଅଭାବରୁ ବର୍ଷ ବର୍ଷ ଧରି ତାଲା ଝୁଲୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି  କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ ର ବିଲାବାଡି ଗାଁରେ। ଏଠାରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଦିର୍ଘ ବର୍ଷ ହେବ ବନ୍ଦ ରହିଛି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ବିଲାବାଡି ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତଥା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ବନ୍ଦ ରହିଥିବାରୁ ଅଞ୍ଚଳବାସୀ ବହୁତ ଅସୁବିଧା ସମୁଖୀନ ହେଉଛନ୍ତି। ଅନ୍ୟ ପଟେ ସରକାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ବର୍ଷବର୍ଷ ଚିକିତ୍ସାଳୟ ବନ୍ଦ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଚୁପ ବସିଛନ୍ତି, ଯାହାକୁ ନେଇ ବିଲାବାଡି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଗୁରୁବାର ଶତାଧିକ ମହିଳା ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବନ୍ଦ ଥିବା ଚିକିତ୍ସାଳୟକୁ ତୁରନ୍ତ ଖୋଲିବା ନିମନ୍ତେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe