ସୁଜେଲି ଗ୍ରାମକୁ ନିଶାମୁକ୍ତ କରିବାକୁ ମହିଳା ସଂଘର ଦାବିପତ୍ର

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ସୁଜେଲି ଗ୍ରାମର ୫୦ରୁ ଅଧିକ ମହିଳା ନିଜ ଗାଁକୁ ମଦ ମୁକ୍ତ ଅଞ୍ଚଳ ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ ଓ ଅବକାରୀ ଅଧିକାରି ଏବଂ ସରପଞ୍ଚଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

1002620907


ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ସୁଜେଲି ଗ୍ରାମର ୫୦ରୁ ଅଧିକ ମହିଳା ନିଜ ଗାଁକୁ ମଦ ମୁକ୍ତ ଅଞ୍ଚଳ ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ ଓ ଅବକାରୀ ଅଧିକାରି ଏବଂ ସରପଞ୍ଚଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମହିଳାମାନେ ଅଭିଯୋଗ କରିଛନ୍ତି ଯେ, ଗ୍ରାମରେ ବିଷାକ୍ତ ଦେଶୀ ମଦ ପ୍ରସ୍ତୁତ ହେଉଛି ଓ  ଲଙ୍କା, ରାସାୟନିକ ସାର, ଔଷଧ ମିଶାଇ ଅଧିକ ନିଶାଦାୟକ କରାଯାଉଛି। ଏହାର ପ୍ରଭାବରେ ଛୋଟପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ମଦରେ ଆସକ୍ତ ହେଉଛନ୍ତି।

ପରିବାରରେ ଅଶାନ୍ତି, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ, ଓ ଯୁବକମାନଙ୍କର ବେକାରି ସୃଷ୍ଟି ହେଉଛି ବୋଲି ସେମାନେ କହିଛନ୍ତି। ପୂର୍ବରୁ ମହିଳା ସଂଘ ପକ୍ଷରୁ ସଚେତନତା ଅଭିଯାନ ଓ ପଦଯାତ୍ରା କରାଯାଇଥିଲା। କିନ୍ତୁ ମଦ ବ୍ୟବସାୟୀମାନେ ଶୁଣିନଥିବାରୁ ମହିଳାମାନେ ସେମାନଙ୍କ ପ୍ରସ୍ତୁତି ସାମଗ୍ରୀ ଭାଙ୍ଗି ନଷ୍ଟ କରିଥିଲେ। କିଛିଦିନ ବନ୍ଦ ହେବା ପରେ ପୁଣି ବ୍ୟବସାୟ ଆରମ୍ଭ ହେବାରୁ ଏବେ ସେମାନେ କଡ଼ା ପଦକ୍ଷେପ ଦାବି କରିଛନ୍ତି।

ମହିଳା ସଂଘ ପକ୍ଷରୁ ୧୦ ଜଣ ମଦ ବ୍ୟବସାୟୀଙ୍କ ରାସନ୍ କାର୍ଡ ରଖି କିଛି ମାସ ପାଇଁ ଚାଉଳ ଓ ଭତ୍ତା ବନ୍ଦ କରାଯିବା ପାଇଁ ବିଡିଓଙ୍କ ନିକଟରେ ଦାବି ହୋଇଛି। ବିଡିଓ ପ୍ରତିକ୍ରିୟାରେ କହିଛନ୍ତି ଯେ, ଅନ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ସଠିକ୍ ପଦକ୍ଷେପ ନିଆଯିବ। ଏହିପରି, ମହିଳାମାନେ ଅବକାରୀ କାର୍ଯ୍ୟାଳୟକୁ ଯାଇଥିଲେ କିନ୍ତୁ ଅଧିକାରୀ ନଥିବାରୁ ଦାବିପତ୍ର ଦେଇପାରିନଥିଲେ।

ସେମାନଙ୍କ ଅଭିଯୋଗ, ଅବକାରୀ ଅଧିକାରୀମାନେ ଠିକ ସମୟରେ ଘଟଣାସ୍ଥଳକୁ ପହଞ୍ଚୁନାହାନ୍ତି। ଏହାପରେ ଅବକାରୀ ଅଧିକାରୀ ଯାଦବ ପ୍ରଧାନ କହିଛନ୍ତି, ଆମେ ମଦ ବ୍ୟବସାୟୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ପ୍ରତିବଦ୍ଧ। ମହିଳା ସଂଘର ଦାବି ଅନୁସାରେ କାର୍ଯ୍ୟ କରାଯିବ। ପରେ ମହିଳାମାନେ ସ୍ଥାନୀୟ ସରପଞ୍ଚ ବକ୍ସି ମଲ୍ଲିକଙ୍କୁ ମଧ୍ୟ ଦାବିପତ୍ର ଦେଇ ସୁଜେଲି ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Wine | Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe