ସ୍ୱାମୀ ଓ ଝିଅକୁ ହରାଇବା ପରେ ସମସ୍ତ ସଞ୍ଚିତ ଅର୍ଥକୁ ଆନ୍ଧ୍ରପ୍ରଦେଶରୁ ପୁରୀ ଆସି ଶ୍ରୀମନ୍ଦିରକୁ ଦାନ କଲେ ଏହି ବୃଦ୍ଧା

Advertisment
ସ୍ୱାମୀ ଓ ଝିଅକୁ ହରାଇବା ପରେ ସମସ୍ତ ସଞ୍ଚିତ ଅର୍ଥକୁ ଆନ୍ଧ୍ରପ୍ରଦେଶରୁ ପୁରୀ ଆସି ଶ୍ରୀମନ୍ଦିରକୁ ଦାନ କଲେ ଏହି ବୃଦ୍ଧା

ଭୁବନେଶ୍ୱର/ପୁରୀ: ସବୁ ତ ଭଗବାନଙ୍କର କ’ଣ ବା ନିଜର। ମହାପ୍ରଭୁଙ୍କ ପାଦ ତଳେ ସବୁକିଛି ଅଜାଡି ଦେଇ ଜଣେ ବୃଦ୍ଧା ଆତ୍ମହରା ହୋଇ ପଡ଼ିଛନ୍ତି।

publive-image

ଫଟୋରେ ନଜର ଆସୁଥିବା ବୃଦ୍ଧାଙ୍କ ନାମ ହେଉଛି ଡାଳିମ୍ବ ସାହୁ। ଆନ୍ଧ୍ରପ୍ରଦେଶର ବୈଇରି ବଙ୍କା ଗାଁରେ ଡାଲିମ୍ବ ଉଠା ଦେଖାନଟିଏ କରି ଜୀବନ ଅତିବାହିତ କରୁଛନ୍ତି । ସେ ତାଙ୍କ ସ୍ୱାମୀ ସଞ୍ଚୟ କରିଥିବା ୩୫ହଜାର ଟଙ୍କାକୁ ଶ୍ରୀମନ୍ଦିରକୁ ଦାନ କରି ଦେଇଛନ୍ତି।

ଶ୍ରୀମନ୍ଦିରକୁ ସଞ୍ଚିତ ଅର୍ଥ ଦାନ କରିବାକୁ ନେଇ ଡାଳିମ୍ବ କାନ୍ଦକାନ୍ଦ ସ୍ୱରରେ କହନ୍ତି, ସ୍ୱାମୀ ଏହି ଟଙ୍କା ସଞ୍ଚୟ କରି ରଖିଥିଲେ। ଏହି ଟଙ୍କା ବାହାରଲୋକ କାହିଁକି ଖାଇବେ ତେଣୁ ଭଗବାନଙ୍କୁ ଏହି ଟଙ୍କା ଦାନ କରି ଦେଇଛି।

ଡାଲିମ୍ବଙ୍କ ସାଂସାରିକ ଜୀବନ କଥା କହିବାକୁ ଗଲେ ଆପଣଙ୍କ ଆଖରୁ ବି ଦିଟୋପା ଲୁହ ଝରି ପଡ଼ିବ। ଗୋଟିଏ ଝିଅ ଓ ସ୍ୱାମୀଙ୍କୁ ନେଇ ଡାଳିମ୍ବଙ୍କ ପରିବାର ବେଶ ହସଖୁସିରେ କଟୁଥିଲା। କିନ୍ତୁ ହଠାତ ତାଙ୍କ ଜୀବନରେ କଳାବାଦଲ ଛାଇ ସବୁକିଛି ଓଲଟପାଲଟ କରି ଦେଇଥିଲା। ଡାଳିମ୍ବଙ୍କୁ ଏତେ ବଡ଼ ଦୁନିଆରେ ଝିଅ ଓ ସ୍ୱାମୀ ଏକା କରି ଆରପାରିକୁ ଚାଲି ଯାଇଥିଲେ। ଏତେ ବଡ଼ ଦୁଃଖକୁ ସମ୍ଭାଳି ନପାରି ଏକ ପ୍ରକାର ପାଗିଳିପ୍ରାୟ ହୋଇଯାଇଥିଲେ ଡାଳିମ୍ବ।

publive-image

ଏଣେତେଣ ବୁଲୁଥିବା ବେଳେ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ନୂଆ ଜୀବନ ଆରମ୍ଭ କରିବାକୁ ଜଣେ ଭଦ୍ର ବ୍ୟକ୍ତି ତାଙ୍କୁ ପରାମର୍ଶ ଦେଇଥିଲେ। ଆଉ ଏହାରି ଭିତରେ ଡାଳିମ୍ବଙ୍କ ଜୀବନ ବଦଳି ଯାଇଥିଲା। ମହାପ୍ରଭୁ ଜଗନ୍ନାଥଙ୍କୁ ଆଶ୍ରା କରି ଜୀବନ ଜିଉଁ ଥିବା ଡାଳିମ୍ବ ଆନ୍ଧ୍ରପ୍ରଦେଶରୁ ଶ୍ରୀକ୍ଷେତ୍ର ଆସି ନିଜ ସଞ୍ଚିତ ସମସ୍ତ ଅର୍ଥକୁ ଶ୍ରୀମନ୍ଦିରକୁ ଦାନ କରି ଦେଇଛନ୍ତି। ତେବେ ଜଣେ ଅସହାୟ ମହିଳାଙ୍କ ଏଭଳି ତ୍ୟାଗକୁ ବୁଦ୍ଧିଜୀବୀ ମହଲରେ ବେଶ୍‌ ପ୍ରଶଂସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe