‘ମହିଳା ସଶକ୍ତୀକରଣ କେବଳ ସ୍ଲୋଗାନ୍‌ ନୁହେଁ’, ୨ଟି ଏମ୍‌ଓୟୁ ସ୍ବାକ୍ଷରିତ

Advertisment

ଆମ ପାଇଁ ମହିଳା ସଶକ୍ତୀକରଣ ଏକ ସ୍ଲୋଗାନ ନୁହେଁ ଏହା ଏକ ପ୍ରତିବଦ୍ଧତା । ରାଜ୍ୟର ମହିଳାଙ୍କ ଆଶା, ଆକାଂକ୍ଷା ପୂରଣ କରିବା ପାଇଁ ନୂତନ ସରକାର ଦାୟିତ୍ବ ନେବାର ଏକ ଘଣ୍ଟା ମଧ୍ୟରେ ସୁଭଦ୍ରା ଯୋଜନା ପ୍ରଣୟନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଆମ ପାଇଁ ମହିଳା ସଶକ୍ତୀକରଣ ଏକ ସ୍ଲୋଗାନ ନୁହେଁ ଏହା ଏକ ପ୍ରତିବଦ୍ଧତା । ରାଜ୍ୟର ମହିଳାଙ୍କ ଆଶା, ଆକାଂକ୍ଷା ପୂରଣ କରିବା ପାଇଁ ନୂତନ ସରକାର ଦାୟିତ୍ବ ନେବାର ଏକ ଘଣ୍ଟା ମଧ୍ୟରେ ସୁଭଦ୍ରା ଯୋଜନା ପ୍ରଣୟନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

hfhfcvv

ଆମ ପାଇଁ ମହିଳା ସଶକ୍ତୀକରଣ ଏକ ସ୍ଲୋଗାନ ନୁହେଁ ଏହା ଏକ ପ୍ରତିବଦ୍ଧତା । ରାଜ୍ୟର ମହିଳାଙ୍କ ଆଶା, ଆକାଂକ୍ଷା ପୂରଣ କରିବା ପାଇଁ ନୂତନ ସରକାର ଦାୟିତ୍ବ ନେବାର ଏକ ଘଣ୍ଟା ମଧ୍ୟରେ ସୁଭଦ୍ରା ଯୋଜନା ପ୍ରଣୟନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ଆୟୋଜିତ ମହିଳାଙ୍କୁ ନେଇ ସ୍ବତନ୍ତ୍ର ଅଧିବେଶନ ‘ସୁଭଦ୍ରାରୁ ମୁଦ୍ରା’ ଅବସରରେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ୧ କୋଟି ୭ ଲକ୍ଷ ଯୋଗ୍ୟ ହିତାଧିକାରୀ ପଞ୍ଜୀକରଣ କରିଛନ୍ତି । ଅଦ୍ୟାବଧି ୮୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟ କିସ୍ତି ପ୍ରଦାନ କରାଯାଇଛି। ସୁଭଦ୍ରା ଯୋଜନାରେ ଦିଆଯାଉଥିବା ସହାୟତାକୁ ବିନିଯୋଗ କରି ମା’ମାନେ ଛୋଟ ଛୋଟ ବ୍ୟବସାୟ କରୁଛନ୍ତି । ସଫଳ ଉଦ୍ୟୋଗୀ ହେବା ପାଇଁ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ କରିବା ପାଇଁ ସେ ସେମାନଙ୍କୁ ଆହ୍ବାନ ଦେଇଥିଲେ। ମ‌ା’ମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ଲାଗି ବିଶ୍ବ ଦକ୍ଷତା କେନ୍ଦ୍ର ଓ ଆଇଆଇଏମ୍ ସମ୍ବଲପୁର ସହଯୋଗ କରୁଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ‌ସଂସ୍ଥା ସେଥିରେ ସାମିଲ ହେବେ ବୋଲି ସେ କହିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଲେ ଯେ ‘ସୁଭଦ୍ରା’ ଯୋଜନା ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ବ ନାରୀଙ୍କ ଜୀବନକୁ ପ୍ରଭାବିତ କରି ଲିଙ୍ଗଭିତ୍ତିକ ସମାନତା ଓ ସଶକ୍ତ ଓଡ଼ିଶା ନିର୍ମାଣରେ ସହାୟକ ହୋଇଛି। ମହିଳାମାନଙ୍କ ଡିଜିଟାଲ୍‌ ଓ ଆର୍ଥିକ ସାକ୍ଷରତା, ଉଦ୍ୟମିତାରେ ଉନ୍ନତି ଓ ନେତୃତ୍ୱ ନେବାର ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ, ଅବହେଳିତ ତଥା ଜନଜାତି ମହିଳାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ସୁଭଦ୍ରା ବହୁମାତ୍ରାରେ ସଫଳ ହୋଇପାରିଛି।

ଏହି ଅବସରରେ ମହିଳାମାନଙ୍କୁ ତାଲିମ ଦେବା ଲାଗି ଆଇଆଇଏମ୍‌ ସମ୍ବଲପୁର ଓ ବିଶ୍ବ ଦକ୍ଷତା କେନ୍ଦ୍ର ସହିତ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିକୁଞ୍ଜ ଧଳ, ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକ ମନିଷା ବାନାର୍ଜୀ, ମିସନ ଶକ୍ତି ବିଭାଗ ନିର୍ଦ୍ଦେଶକ ମୋନିକା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ‘ମହିଳା ଉଦ୍ୟୋଗୀଙ୍କ ପାଇଁ ଋଣ ସୁବିଧା’ ଏବଂ ‘ମହିଳା ଉଦ୍ୟୋଗୀଙ୍କ ପାଇଁ ବଜାର ସଂଯୋଗ ସୃଷ୍ଟି’ ଶୀର୍ଷକ ଦୁଇଟି ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଶୁଭା ଶର୍ମା ଉଭୟ ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ। ଏଥିରେ ଷ୍ଟେଟ୍‌ ବ୍ୟାଙ୍କର ଉପ ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର ରଣା, ଭିସାର ବରିଷ୍ଠ ନିର୍ଦ୍ଦେଶକ କବିତା ମୁରଲୀ, ଅଭନ୍ତି ଫାଇନାନ୍ସର ସହପ୍ରତିଷ୍ଠାତା ସୁନୀଲ କୁମାର ତଡ଼େପାଲି, ଜୀବଦା ଭେଞ୍ଚର୍‌ର ପ୍ରତିଷ୍ଠାତା ଧରିତ୍ରୀ ପଟ୍ଟନାୟକ, ଲେବର୍‌ ନେଟ୍‌ର ଅଧ୍ୟକ୍ଷ ଗାୟତ୍ରୀ ବାସୁଦେବନ୍‌, ଉଦୈତି ଫାଉଣ୍ଡେସନ୍‌ର ପ୍ରତିନିଧି କନିକା ସାଙ୍ଗଲ ଅଂଶଗ୍ରହଣ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe