Advertisment

୫୫ ବର୍ଷ ପୂରଣ ଯାଏଁ ଋତୁସ୍ରାବ ଛୁଟି ନେଇପାରିବେ ସରକାରୀ ମହିଳା କର୍ମଚାରୀ

Advertisment

ଋତୁସ୍ରାବ ଛୁଟି ନେଇ ରାଜ୍ୟ ସରକାରଙ୍କ ତରଫରୁ ନୂଆ ବିଜ୍ଞପ୍ତି ସାମ୍ନାକୁ ଆସିଛି। ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଛୁଟି ନେଇ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଏବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଋତୁସ୍ରାବ ଛୁଟି ନେଇ ରାଜ୍ୟ ସରକାରଙ୍କ ତରଫରୁ ନୂଆ ବିଜ୍ଞପ୍ତି ସାମ୍ନାକୁ ଆସିଛି। ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଛୁଟି ନେଇ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଏବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

b755be32-a193-4f13-9f22-9b856c9a3acd

ଭୁବନେଶ୍ବର: ମହିଳାଙ୍କ ମାସିକଧର୍ମ (ଋତୁସ୍ରାବ) ଛୁଟି ନେଇ ରାଜ୍ୟ ସରକାରଙ୍କ ତରଫରୁ ନୂଆ ବିଜ୍ଞପ୍ତି ସାମ୍ନାକୁ ଆସିଛି। ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଛୁଟି ନେଇ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଏବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ତେବେ ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ପୂରଣ ଯାଏଁ ଛୁଟି ନେଇପାରିବେ। ଗୋଟିଏ ମାସରେ ଗୋଟିଏ ଦିନହିଁ ଛୁଟି ମିଳିପାରିବ। ଅଣ ଉପଲବ୍ଧ ଛୁଟି ପରବର୍ତ୍ତୀ ମାସକୁ ଯାଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ବଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

ଏହି ଖବର ପଢ଼ନ୍ତୁ: ମାସିକଧର୍ମ ସମୟ‌ରେ ମଧ୍ୟ ଟିକା ନେଇ ପାରିବେ ମହିଳା

ଋତୁସ୍ରାବ ବା ମାସିକ ଧର୍ମ ଅର୍ଥାତ ରଜଃସ୍ରାବ ଅର୍ଥ ମହିଳାଙ୍କର ଜରାୟୁର ଅନ୍ତଃସ୍ତରରୁ ନିର୍ଗତ ଓ ଯୋନିପଥ ଦେଇ ବାହାରୁଥିବା ମାସିକିଆ ଜରାୟୁ ଝିଲ୍ଲି ଓ ରକ୍ତସ୍ରାବକୁ ବୁଝାଏ। ପ୍ରାୟ ୮୦ % ମହିଳାଙ୍କର ଋତୁସ୍ରାବ ପୂର୍ବରୁ କିଛି ଲକ୍ଷଣ ଦେଖାଯାଇଥାଏ। ୨୦ରୁ ୩୦% ମହିଳାଙ୍କର ସାଧାରଣ ଜୀବନ‌ଯାତ୍ରା ଏହାଦ୍ୱାରା ପ୍ରଭାବିତ ହେବାରୁ ଏହାର ନାମ ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ ରଖାଯାଇଛି। 

ଏହି ଖବର ପଢ଼ନ୍ତୁ: ଜାଣନ୍ତୁ କାହିଁକି ମାସିକଧର୍ମ ସମୟରେ ରୋଷେଇ ଘରକୁ ଯିବା

ସୂଚନାଯୋଗ୍ୟ, ମହିଳାଙ୍କୁ ଋତୁସ୍ରାବ ଛୁଟି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗତ ଅଗଷ୍ଟ ମାସରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ। ଉଭୟ ଘରୋଇ ଏବଂ ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଇଥିଲା। ପୂର୍ବରୁ ମଧ୍ୟ ଋତୁସ୍ରାବ ଛୁଟି ଅନେକ ଦେଶରେ ଲାଗୁ ହୋଇଛି। ୮ଟି ଦେଶରେ ମହିଳାଙ୍କୁ ଋତୁସ୍ରାବ ଛୁଟି ମିଳୁଛି। ବର୍ତ୍ତମାନ ଓଡିଶାରେ ଏହା ଲାଗୁ ହେବାକୁ ଯାଇଛି। ଏହା ଦ୍ବାରା ମହିଳା କର୍ମଚାରୀମାନେ ଅନେକ ମାତ୍ରାରେ ଉପକୃତ ହେବେ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି। 

ଏହି ଖବର ପଢ଼ନ୍ତୁ: ଋତୁସ୍ରାବ ପାଇଁ ଦିନେ ଛୁଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe