ମଦ ବିରୋଧୀ ଆନ୍ଦୋଳନର ମହିଳାଙ୍କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଅଟକ

Advertisment
ମଦ ବିରୋଧୀ ଆନ୍ଦୋଳନର ମହିଳାଙ୍କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଅଟକ

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ଆଜି ଏକ ନାରକୀୟ କାଣ୍ଡ ଘଟିଛି। ମଦ ବିରୋଧୀ ଆନ୍ଦୋଳନର ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ପଥରରେ ଛେଚି ହତ୍ୟା କରିଛି ମଦ ବେପାରୀ। ମଙ୍ଗଳପୁର ଥାନା ବିରିପଟା ପଞ୍ଚାୟତ ବରେଇଁ ଗ୍ରାମର ଏ ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।
ମୃତ ମହିଳା ହେଲେ ଗ୍ରାମର ଲକ୍ଷ୍ମୀ ଜେନା (୩୬)। ତାଙ୍କର ଭୁଲ ହେଲା, ସେ ଚୋରା ମଦ ବିକ୍ରିକୁ ବିରୋଧ କରୁଥିଲେ। ଗାଁରେ ମଦ ବିରୋଧୀ ଅଭିଯାନ‌ର ନେତୃତ୍ବ ନେଉଥିଲେ। କିଛିଦିନ ତଳେ ଚୋରା ମଦ ବିକ୍ରି ବନ୍ଦ କରିବା ଉଦ୍ଦେଶ୍ୟରେ ଗ୍ରାମରେ ବୈଠକ ବସିଥିଲା। ଗତ ଏପ୍ରିଲ ୨୧ ତାରିଖରେ ମଙ୍ଗଳପୁର ଥାନାରେ ଏ‌ ସଂକ୍ରାନ୍ତରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଉଭୟ ପକ୍ଷକୁ ଡକାଇ ସମାଧାନ କରିଥିଲେ। ମଦ ବେପାରୀ ପରିବାର ଆଉ ମଦ ବିକ୍ରି କରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇଥିଲେ। ତେବେ ସେମାନେ ଘରେ ଗଚ୍ଛିତ ରଖିଥିବା ବିକି ସାରିବା ପର୍ଯ୍ୟନ୍ତ ସମୟ ଦେବାକୁ କହିଥିଲେ। ଗ୍ରାମବାସୀ ଏଥିରେ ସହମତ ହୋଇନଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମଦ ବେପାରୀମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

publive-image
ଏହି ହତ୍ୟାକାଣ୍ଡ ଘଟଣାରେ ମଙ୍ଗଳପୁର ପୁଲିସ ତଦନ୍ତ କରି ହତ୍ୟା ଅଭିଯୁକ୍ତ ବିଜୟ ଜେନା (୩୮)ଙ୍କ ସମେତ ତାଙ୍କ ପରିବାରର ୪ ଜଣଙ୍କୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe