ପୁରୀ ନରେନ୍ଦ୍ର କୋଣ ଅଞ୍ଚଳରେ ଦାଦାବଟିକୁ ନେଇ ଗୁଳିମାଡ଼, ଜଣେ ମହିଳା ଗୁରୁତର ଆହତ

Advertisment
ପୁରୀ ନରେନ୍ଦ୍ର କୋଣ ଅଞ୍ଚଳରେ ଦାଦାବଟିକୁ ନେଇ ଗୁଳିମାଡ଼, ଜଣେ ମହିଳା ଗୁରୁତର ଆହତ

ପୁରୀ: ଦାଦାବଟିକୁ ନେଇ ଗୁଳି ମାଡ଼। ପୁରୀ ନରେନ୍ଦ୍ର କୋଣ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ଜଣେ ମହିଳା ଗୁଳିମାଡ଼ରେ ଗୁରୁତର ଆହତ ହୋଇ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୁରୀ ନରେନ୍ଦ୍ରକୋଣ ଅଞ୍ଚଳର ଜିତେନ୍ଦ୍ର ସାହୁଙ୍କ ଘରକୁ ଗତକାଲି ରାତି ପାଖାପାଖି ୧୨ଟା ସମୟରେ ଦୁଇ ଜଣ ଦୁର୍ବୁତ୍ତ ଆସି କବାଟ ବାଡେଇ ଦାଦାବଟି ମାଗିଥିଲେ।

ତେବେ ଜିତେନ୍ଦ୍ର କବାଟ ନ ଖୋଲିବାରୁ ଗ୍ରିଲ ପଟେ ଗୁଳି ଚଳାଇଥିଲେ। ତେବେ ଜିତେନ୍ଦ୍ରଙ୍କ ସ୍ତ୍ରୀ ଶକୁନ୍ତଳା ଜିତେନ୍ଦ୍ରଙ୍କୁ ବଞ୍ଚେଇବାକୁ ଠେଲିଦେବାରୁ ତାଙ୍କ ଅଣ୍ଟାରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ମେଡିକାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଆଗରୁ ସେହି ଦୁର୍ବୁତ୍ତମାନେ ଆସି ଦାଦାବଟି ମାଗୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe