ରାଇରଙ୍ଗପୁର/ଜାମଦା(୨): ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଖଇରିପାଳ ଗ୍ରାମରେ ଆଜି ଏକ ଅଘଟଣ ଘଟିଛି। ଜନୈକ ବ୍ୟକ୍ତିଙ୍କ ଧନୁତୀର ମାଡ଼ରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଉକ୍ତ ଗ୍ରାମ ପାଡ଼କ ସାହିର ଦାମ କଳାଙ୍କ ସ୍ତ୍ରୀ ମାଳତୀ କଳା(୫୦) ପୋଖରୀ ବନ୍ଧରେ ବାସନ ମାଜୁଥିଲେ। ଏତିକିବେଳେ ତାଙ୍କ ମୁଣ୍ଡରେ ହଠାତ୍ ତୀର ମାଡ଼ ହୋଇଥିଲା। ଗଛରେ ବସିଥିବା ଏକ ବଗକୁ ମାଳତୀଙ୍କ ୧୪ ବର୍ଷର ପୁତୁରା ତୀର ମାରିଥିଲେ। ତୀରଟି ଗଛରୁ ଖସିପଡ଼ି ମାଳତୀଙ୍କ ମୁଣ୍ଡରେ ବାଜିଥିଲା। ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣି ମୁଣ୍ଡରୁ ତୀର ବାହାର କରାଯାଇଥିଲା। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।
ତୀର ମାଡ଼ରେ ମହିଳା ଗୁରୁତର
Advertisment
Follow Us