୨ଟି ସ୍ଥାନରେ ସ୍ତ୍ରୀ ହତ୍ୟା: ମୃତଦେହକୁ କୂଅରେ ପକାଇଲା ସ୍ବାମୀ, କାଠଫାଳିଆ ମାଡ଼ରେ ମହିଳାଙ୍କ ମୃତ୍ୟୁ

Advertisment
୨ଟି ସ୍ଥାନରେ ସ୍ତ୍ରୀ ହତ୍ୟା: ମୃତଦେହକୁ କୂଅରେ ପକାଇଲା ସ୍ବାମୀ, କାଠଫାଳିଆ ମାଡ଼ରେ ମହିଳାଙ୍କ ମୃତ୍ୟୁ

Deccan Chronicle

ବାରିପଦା/ଢ଼େଙ୍କାନାଳ: ଆଠ କଳସ ଓ ସାତ ଦୀପକୁ ସାକ୍ଷୀ ରଖି ବିବାହ କରିଥିଲେ। ‌ଦଶାଦୋଷ କ୍ଷମା କରିବାକୁ ବିବାହ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ହେଲେ ରାଗରେ ଏତେ ଜର୍ଜରିତ ହୋଇଗଲେ ଯେ, ଦୁଇ ଜଣ ପୁରୁଷ ନିଜର ସ୍ତ୍ରୀ ମାନଙ୍କୁ ପିଟିପିଟି ଜୀବନ ନେଇଛନ୍ତି। ପ୍ରଥମ ଘଟଣାଟି ମୟୂରଜିଲ୍ଲା ସଦର ମହକୁମା ବାରିପଦାରେ ହୋଇଥିବା ବେଳେ ଅନ୍ୟଟି ଢେଙ୍କାନାଳ ସରଦ ଥାନା ଅନ୍ତର୍ଗତ ଚାଉଳିଆ ଗାଁରେ ଘଟିଛି।
ସ୍ତ୍ରୀଙ୍କୁ ହତ୍ୟା କରି ମୃତଦେହକୁ କୂଅରେ ପକାଇଲେ ସ୍ବାମୀ। ଦୁର୍ଗନ୍ଧ ହେବାରୁ ଗାଁ ବାସିନ୍ଦା ମାନେ ଫାୟାର ଗାଡ଼ି ଡାକି ଉଦ୍ଧାର କଲେ ମୃତଦେହ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆରମ୍ଭ କଲା ତଦନ୍ତ । ଆଜି ସକାଳୁ ବାରିପଦା ସଦର ଥାନା ଅର୍ନ୍ତଗତ ଚନ୍ଦନପୁର ପଞ୍ଚାୟତ ବୈଦିପୁର ଗ୍ରାମରେ ଏକ କୂଅରୁ ଦୁର୍ଗନ୍ଧ ବାହାରୁଥିବା ଓ ଏକ ମହିଳାଙ୍କ ମୃତଦେହ ଭାସୁଥିବର ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଶବକୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତ ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ୩୫ ବର୍ଷୀୟା କର୍ମୀ ମାରାଣ୍ଡି । ସେ ଥିଲେ ମୁନସୀ ମାରାଣ୍ଡିଙ୍କ ପ୍ରଥମ ସ୍ତ୍ରୀ। ତାଙ୍କର ୩ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଗତ ୪ଦିନ ତଳେ ବାଦଣା ପର୍ବରେ ତାଙ୍କ ସ୍ବାମୀ ମୁନସୀ ମାରାଣ୍ଡି କର୍ମୀଙ୍କୁ ପିଟାମାର କରିଥିବାର ତାଙ୍କ ଛୁଆ ମାନେ ଦେଖିଥିଲେ । ତେବେ ଗତ ୨ଦିନ ତଳେ କର୍ମୀଙ୍କୁ ମାରି କୂଅ ଭିତରେ ପକାଇ ଦେଇଥିବାର ଅନୁମାନ କରାଯାଉଛି । ଏ ଘଟଣାରେ ପୁଲିସ ତାଙ୍କ ସ୍ଵାମୀଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।
publive-image

ଢେଙ୍କାନାଳ ସଦର ଥାନା ଚାଉଳିଆ ଗ୍ରାମରେ ସ୍ୱାମୀର କାଠଫାଳିଆ ମାଡ ରେ ସ୍ତ୍ରୀର ମୃତ୍ୟୁ ହୋଇଯାଇଛି। ଚାଉଳିଆ ଗ୍ରାମର ଟିଭି ଷେଣ୍ଢଙ୍କ ଝିଅ ରେଖା ଷେଣ୍ଢଙ୍କୁ ସେହି ଗ୍ରାମର ପ୍ରଦୀପ ପ୍ରଧାନ ଗତ ଦେଢ଼ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଆଜି ସନ୍ଧ୍ୟାରେ ପ୍ରଦୀପ ମଦ୍ୟପାନ କରି ରଖାଙ୍କ ସହ ଝଗଡା ଲାଗୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରଦୀପ ପାଖରେ ଥିବା ଏକ କାଠ ଫାଳିଆରେ ରେଖାଙ୍କୁ ମାଡ ମାରିଚାଲିଥିଲେ। ଘଟଣାସ୍ଥଳରେ ରେଖାଙ୍କର ମୃତ୍ୟୁ ହୋଇଯାଇଥିଲା। ରେଖାଙ୍କ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଗ୍ରାମରେ ପହଁଚି ତଦନ୍ତ ଆରମ୍ଭ କରିଥିବା ସଦର ଥାନା ଅଧିକାରୀ ଅଭିନବ ଡ଼ାଳୁଆ ପ୍ରକାଶ କରିଛନ୍ତି। ହତ୍ୟା କରିଵା ପରେ ପ୍ରଦୀପ ଫେରାର ହୋଇଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe