ସମ୍ବଲପୁର: ସଦର ଥାନା ମାଲିମୁଣ୍ଡା ଅଞ୍ଚଳରେ ସ୍ବାମୀର ଲୁହାରଡ୍ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଅଭିଯୁକ୍ତ ସ୍ବାମୀ ରବିଚନ୍ଦ୍ର ଦୀପକୁ ପୁଲିସ ରବିବାର ଗିରଫ କରିଛି। ସୂଚନାଯୋଗ୍ୟ, ମାଧବୀଲତା ବାଗ(୫୦) ଓ ତାଙ୍କ ସ୍ବାମୀ ରବିଚନ୍ଦ୍ର ଦୀପଙ୍କ ମଧ୍ୟରେ ମଙ୍ଗଳବାର ରାତି କୌଣସି ବ୍ୟକ୍ତିଗତ ଘଟଣାକୁ ନେଇ ଝଗଡ଼ା ହୋଇଥିଲା।
ଅନେକ ସମୟ ପାଟିତୁଣ୍ଡ ପରେ ରବିଚନ୍ଦ୍ର ରାଗିଯାଇ ଲୁହାରଡ୍ରେ ମାରିଥିଲେ। ଏଥିରେ ମାଧବୀଙ୍କର ମୃତ୍ୟୁ ଘଟିଥିଲା। ମାଧବୀଙ୍କ ପରିବାର ଲୋକ ସଦର ଥାନାରେ ଶନିବାର ଲିଖିତ ଅଭିଯୋଗ କରିବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ରବିଚନ୍ଦ୍ର ଦୀପକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।
Follow Us