ପ୍ରେମ ପାଇଁ ସ୍ବାମୀ ଓ ପୁଅକୁ ଛାଡ଼ିଲେ ମହିଳା

Advertisment
ଭୋଟ୍‌ ଦେବାକୁ ଯାଇ ଦିଅର-ଭାଉଜ ଫେରାର!

Patrika

ଜଳେଶ୍ବର: ଜଳେଶ୍ବର ଥାନା ନଛିମପୁର ପଞ୍ଚାୟତର ବେଲି ଗୋପୀନାଥପୁର ଗ୍ରାମରେ ନିଜର ୧୪ ବର୍ଷର ପୁଅକୁ ଛାଡ଼ି ମା’ ପ୍ରେମିକ ସହ ଫେରାର ହୋଇଯାଇଛି। ଏ ନେଇ ମହିଳାଙ୍କ ସ୍ବାମୀ ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବେଲି ଗୋପୀନାଥପୁର ଗ୍ରାମର ସଞ୍ଜୀବ ପ୍ରଧାନ ୧୮ ବର୍ଷ ତଳେ ଜଳେଶ୍ବର ମ୍ୟୁନସିପାଲଟି ଅଧୀନ ଅଲାଲପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଗୋଟିଏ ୧୪ ବର୍ଷର ପୁତ୍ରସନ୍ତାନ ରହିଛି।

ସଞ୍ଜୀବ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିବା ବେଳେ ସେଠାରେ ରହନ୍ତି। ସଞ୍ଜୀବଙ୍କ କହିବା ଅନୁସାରେ ଦୁଇବର୍ଷ ତଳେ ତାଙ୍କ ପତ୍ନୀ ଭୋଗରାଇର ସୂର୍ଯ୍ୟଉଦୟ ଫାଇନାନ୍ସ କମ୍ପାନିରେ ଚାକିରି କରୁଥିବା ରେମୁଣା ଅଞ୍ଚଳର ଜୟଚନ୍ଦ୍ର ସୀଲାଙ୍କ ଯୋଗାଯୋଗରେ ଆସିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଧରମ ଭାଇ-ଭଉଣୀର ସମ୍ପର୍କ ଆରମ୍ଭ ହୋଇଥିଲା ଓ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ୨୦ ତାରିଖ ରାତି ସାଢ଼େ ୮ଟାରେ ସଞ୍ଜୀବଙ୍କ ପତ୍ନୀ ସ୍କୁଟିରେ ଘରୁ ବାହାରି ଯାଇଥିବା ବେଳେ ଆଉ ଫେରି ନଥିଲେ।

ସେ ଜୟଚନ୍ଦ୍ରଙ୍କ ସହ ଯାଇଛନ୍ତି ବୋଲି ସଞ୍ଜୀବ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ମହିଳାଙ୍କ ଫୋନ୍‌ ସ୍ବିଚ୍ ଅଫ୍ ରହିଛି। ଅନ୍ୟପକ୍ଷରେ ଜୟଚନ୍ଦ୍ର ଏବେ କେଉଁଠି, ତାହା ମୋବାଇଲ କଲ ରେକର୍ଡ ଜରିଆରେ ପୁଲିସ ଜାଣିବା ପାଇଁ ଚେଷ୍ଟା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe