ଜୟନାରାୟଣଙ୍କ ଘର ଆଗରେ ଦୀପ ଜାଳିଲେ ମହିଳା

Advertisment
ଜୟନାରାୟଣଙ୍କ ଘର ଆଗରେ ଦୀପ ଜାଳିଲେ ମହିଳା

ଭୁବନେଶ୍ବର : ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବାଦ ପିଛା ଛାଡ଼ୁନି। କେତେବେଳେ ତାଙ୍କ ଘର ସମ୍ମୁଖରେ କିନ୍ନର ସଂଘ ପ୍ରତିବାଦ କଲେଣି ତ କେତେବେଳେ ବିରୋଧୀ ଘେରିଲେଣି। ଶନିବାର ଦିନ ପ୍ରଗତି ଫାଉଣ୍ଡେସନ୍‌ ପକ୍ଷରୁ ଶତାଧିକ ମହିଳା ବିଧାୟକ ଶ୍ରୀ ମିଶ୍ରଙ୍କ ବାସଭବନ ସମ୍ମୁଖରେ ଦୀପ ଜାଳିବା ସହ ତାଙ୍କୁ ଭଗବାନ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ। ମହିଳାମାନେ ଘଣ୍ଟାଏ କାଳ ଧରି ତାଙ୍କ ବାସଭବନ ସମ୍ମୁଖରେ ବସି ଦୀପ ଜାଳିଥିଲେ। କ୍ୟାପିଟାଲ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ମହିଳାମା‌ନେ ସେଠାରୁ ଉଠିଥିଲେ। ମହିଳାଙ୍କ ଏଭଳି ଭିନ୍ନଧରଣର ପ୍ରତିବାଦ ଆଜି ଚର୍ଚ୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe