ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା, ବିନିକା ଥାନାରେ ଲିଖିତ ଅଭିଯୋଗ କଲେ

Advertisment
ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା, ବିନିକା ଥାନାରେ ଲିଖିତ ଅଭିଯୋଗ କଲେ

ବିନିକା : ମଦ ବିରୋଧରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନ୍‌ଏସି ୧୨ନମ୍ବର ୱାର୍ଡ଼ ନଆଁପାଲିର ମହିଳାମାନେ ଅଣ୍ଟା ଭିଡ଼ିଛନ୍ତି। ସୋମବାର ଗାଁରେ ମଦ କାରବାର ସଂପୂର୍ଣ୍ଣ ବନ୍ଦ କରିବାକୁ ସେମାନେ ବିନିକା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଗାଁରେ ମଦ କାରବାର ଯୋଗୁଁ ପ୍ରତିଦିନ ଗଣ୍ଡଗୋଳ ଲାଗି ରହୁଛି। ନାବାଳକମାନେ ମଧ୍ୟ ନିଶାସେବନ କରି ପ୍ରଥଭ୍ରଷ୍ଟ ହେଉଛନ୍ତି। କରୋନା କାଳରେ ଲୋକେ ରୋଜଗାର ଅର୍ଥକୁ ମଦରେ ଉଡ଼ାଇ ଖାଲି ହାତରେ ଘରକୁ ଫେରୁଛନ୍ତି। ଫଳରେ ମହିଳାମାନେ ଘର ଚଳାଇବାରେ ବହୁ କଷ୍ଟ ଭୋଗ କରୁଛନ୍ତି। ଏଣୁ ସୋମବାର ଗ୍ରା‌ମର ମାଁ ମଙ୍ଗଳା, ମାଁ ଘଣ୍ଟ‌ାଶୁଣି, ମାଁ ଭଗବତୀ ଏବଂ ଲକ୍ଷ୍ମୀ ନାରାୟଣୀ ମହିଳା ଗୋଷ୍ଠୀ ଶତାଧିକ ସଦସ୍ୟ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ।

publive-image

ଗ୍ରାମର ଜୟରାମ ମଲ୍ଲିକଙ୍କୁ ଗାଁରେ ମଦ ନ ବିକିବାକୁ ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ସେ ଖାତିର କରୁ ନାହାନ୍ତି ବୋଲି ମାଁ ଘଣ୍ଟ‌ଶୁଣି ଗୋଷ୍ଠୀର ସଭାପତି ଧରିତ୍ରୀ ଖଣ୍ଡାୟତ, ମାଁ ମଙ୍ଗଳାର ସଭାପତି ମମତା ମାଝୀ, ଲକ୍ଷ୍ମୀ ନାରାୟଣୀର ସଭାପତି ପୁଷ୍ପଲତା ଦଣ୍ଡସେନା, ମାଁ ଭଗବତୀର ସଭାପତି ଶାନ୍ତି ଭୂୟାଁ, ନିରୁପମା ଦଣ୍ଡସେନା, ମିନା ଭୁଏ, ପୁଷ୍ପା ବିଶ୍ବାଲ, ଜୟନ୍ତୀ ବିଶ୍ବାଲ, ଜ୍ୟୋତ୍ସ୍ନା ଭୁଏ, ବିନୋଦିନୀ ଭୁଏ ପ୍ରମୁଖ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ବିନିକା ଆଇଆଇସି ପବିତ୍ର ସାହୁ ନୂଆଁପାଲିରୁ ଜୟରାମ ମଲ୍ଲିକଙ୍କୁ ଆଣି ଥାନାରେ ଅଟକ ରଖିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe