ବୋଲେରୋ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ: ମହିଳାଙ୍କ ଠାରୁ ଟଙ୍କା, ସୁନା ସହ ମୋବାଇଲ ଝାମ୍ପିନେଲେ

Advertisment
ବୋଲେରୋ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ: ମହିଳାଙ୍କ ଠାରୁ ଟଙ୍କା, ସୁନା ସହ ମୋବାଇଲ ଝାମ୍ପିନେଲେ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ କଣ୍ଟାମାଳ ଗ୍ରାମରେ କିଛି ଦୁର୍ବୃତ୍ତ ମଙ୍ଗଳବାର ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ମେଲଘରା ଗ୍ରାମର କିଛି ମହିଳା ଓ ପୁରୁଷଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ତାଙ୍କ ଠାରେ ଥିବା ମୋବାଇଲ, ସୁନା ଅଳଙ୍କାର ସହ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି।

ଘଟଣା ଅନୁଯାୟୀ ମେଲଘରା ଗ୍ରାମର ପ୍ରାୟ ୨୨ ଜଣ ମହିଳା ଓ ପୁରୁଷ କୌଣସି କାମରେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ଟିକିରି ଗ୍ରାମକୁ ଯାଇଥିଲେ। ଫେରିବା ବେଳକୁ ସନ୍ଧ୍ୟା ହେଇଯିବା ଫଳରେ ସେମାନେ ଦୁଇଟି ବୋଲେରୋ ଓ ଏକ ବାଇକ ଯୋଗେ ନିଜ ଗାଁ ମେଲଘରାକୁ ଫେରୁଥିଲେ। ଫେରିବା ବାଟରେ କାଶୀପୁର ଥାନା ଅନ୍ତର୍ଗତ କଣ୍ଟାମାଳ ଗ୍ରାମର କିଛି ଲୋକ ହଠାତ ବଲେରୋକୁ ଠେଙ୍ଗାବାଡି ସହ ପଥର ମାରି ଆକ୍ରମଣ କରିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ବୋଲେରୋକୁ ଅଟକାଇ ଭଙ୍ଗାରୁଜା କରିବା ସହ ବଲେରୋ ଯାତ୍ରୀଙ୍କୁ ମାଡ଼ ମାରି ପ୍ରାୟ ୬୦ ହଜାର ଟଙ୍କା, ୨ଟି ମୋବାଇଲ ଓ କିଛି ମହିଳାଙ୍କ ଠାରୁ ସୁନା ମଧ୍ୟ ଲୁଟି ନେଇଥିବା କାଶୀପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

publive-image

ଘଟଣାଟି ଗତକାଲି ରାତି ସାଢେ ଆଠଟା ସମୟରେ ହେଇଥିବା ବେଲେ ଗ୍ରାମବାସୀ କୌଣସି ପ୍ରକାରରେ ସେଠାରୁ ଖସି ନିଜ ଗାଁକୁ ଫେରିଯାଇଥିଲେ। ଘଟଣାରେ ପୀଡ଼ିତା ମହିଳା ଓ ପୁରୁଷ ଆଜି ସକାଳେ କାଶୀପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଘଟଣାରେ କଣ୍ଟମାଳ ଗ୍ରାମର କିଛି ବ୍ୟକ୍ତି ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରେ ସ୍ପଷ୍ଟ ହେଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe