୩ ବର୍ଷରେ ନିଖୋଜ ୧୬୦୫୩ ମହିଳା

୧୭୩୨ ବାଳିକା, ୨୦୪ ବାଳକଙ୍କ ପତ୍ତା ମିଳୁନି

ସ୍କୁଲ ଆସିଥିବା ନାବାଳିକା ନିଖୋଜ

Medical Dialogues

ଭୁବନେଶ୍ବର : ୨୦୧୯ରୁ ୨୦୨୧ ମଧ୍ୟରେ ୩ ବର୍ଷ ଭିତରେ ରାଜ୍ୟରୁ ୨୫୯୭୩ ଜଣ ମହିଳା ନିଖୋଜ ହୋଇଛନ୍ତି। ସେଥିରୁ ୯୯୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାକି ୧୬,୦୫୩ ଜଣ ମହିଳା ଏବେବି ନିଖୋଜ ଅଛନ୍ତି।

ସେହିପରି ଏହି ୩ବର୍ଷରେ ୭୬୦୩ଜଣ ବାଳିକା ନିଖୋଜ ହୋଇଥିବାବେଳେ ୫୮୭୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେବି ୧୭୩୨ଜଣ ନିଖୋଜ ଅଛନ୍ତି। ଏହି ୩ବର୍ଷରେ ୧୧୧୧ଜଣ ବାଳକ ନିଖୋଜ ହୋଇଥିବାବେଳେ ୯୦୭ଜଣଙ୍କୁ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ୨୦୪ ଜଣ ବାଳକଙ୍କ ପତ୍ତା ମିଳୁନି।
ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ତଥ୍ୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe