ଜୀବନ ବଞ୍ଚାଇବାକୁ ଦୌଡୁଥିଲେ ମହିଳା, ଗୋଡେଇ ‌ଗୋଡେଇ ପନିକିରେ ହାଣିଲା ଯୁବକ

Advertisment
ନୟାଗଡ଼ରେ ଫୁଟିଲା ଗୁଳି, ବୁଲିଲା ଖଣ୍ଡା: ୪ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ଫେରାର

ସାହାଜପାଲ/ବୌଦ୍ଧ: ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଥିବା ମହିଳାଙ୍କୁ ଜଣେ ଯୁବକ ଆଜି ଅପରାହ୍‌ଣରେ ଗୋଡେଇ ଗୋଡେଇ ପନିକିରେ ହାଣିଛି। ବୌଦ୍ଧ ଜିଲ୍ଲା ବାଉଶୁଣି ଥାନା ଅନ୍ତର୍ଗତ ପଲସପାଟ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ସୂର୍ଯ୍ୟକାନ୍ତି ପ୍ରଧାନ (୩୫)।

ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନରେ ପଲସପାଟ ଗ୍ରାମର ଖମାରୀପଡ଼ାରେ ଚାରିଶମ୍ଭୁ ଦଣ୍ଡ ଯାତ୍ରା ଆୟୋଜନ କରାଯାଇଥିଲା। ସଂଧ୍ୟା ପ୍ରାୟ ସାଢ଼େ ପାଞ୍ଚଟା ବେଳେ ଜଣେ ବ୍ୟକ୍ତି ଗ୍ରାମର ସୂର୍ଯ୍ୟକାନ୍ତି ପ୍ରଧାନ ଘରେ ଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇବାକୁ ସୂର୍ଯ୍ୟକାନ୍ତି ଅନ୍ୟ ଘରକୁ ଦୌଡି ପଳାଇଥିଲେ। କିନ୍ତୁ ଅଭିଯୁକ୍ତଙ୍କ ଠାରୁ ବର୍ତ୍ତି ପାରି ନଥିଲେ। କାରଣ ଅଭିଯୁକ୍ତ ଜଣକ ସୂର୍ଯ୍ୟକାନ୍ତିଙ୍କୁ ଗୋଡ଼େଇ ଗୋଡ଼େଇ ପନିକିରେ ଆକ୍ରମଣ କରିଥିଲା। ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି।

ଆକ୍ରମଣକାରୀ ଚାରିଶମ୍ଭୁ ଦଣ୍ଡ ପାର୍ଟି ସହ ଆସିଥିବା ଜଣେ ଦଣ୍ଡୁଆ ବୋଲି ଜଣାଯାଇଛି। ହତ୍ୟା ପରେ ଗ୍ରାମବାସୀ ଆକ୍ରମଣକାରୀକୁ କାବୁ କରି ନିସ୍ତୁକ ମାଡ଼ ମାରିଥିବା ଜଣାଯାଇଛି। ଖବର ପାଇ ବାଉଁଶୁଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ମୃତଦେହକୁ ପଠାଇଥିଲା ବେଳେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବାରୁ ଲୋକମାନଙ୍କୁ ପୁଲିସ ବୁଝାସୁଝା କରୁଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ମୃତ ମହିଳାଙ୍କ ସ୍ବାମୀ ଜଣେ ଶିକ୍ଷକ ବୋଲି ଜଣାପଡ଼ିଛି। ତାଙ୍କର ୨ଟି ପୁଅ-ଝିଅ ଅଛନ୍ତି। ଝିଅ ଦଶମ ଶ୍ରେଣୀର ଛାତ୍ରୀ। ସାନପୁଅ ତୃତୀୟ ଶ୍ରେଣୀରେ ପଢ଼ୁଛି। ହତ୍ୟାକାଣ୍ଡ ସମୟରେ ସୂର୍ଯ୍ୟକାନ୍ତିଙ୍କ ସ୍ବାମୀ ଘରେ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe