Image Courtesy of India Today
ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ଅନ୍ତର୍ଗତ ପଲସପାଟ ଗ୍ରାମର ମହିଳା ସୂର୍ଯ୍ୟକାନ୍ତି ପ୍ରଧାନ (୩୫)ଙ୍କୁ ଚାରିଶମ୍ଭୁ ଦଣ୍ଡ ଦଳର ଉପାସକ ଉଗ୍ରସେନ ସେଠୀ ଗତ ୭ ତାରିଖରେ ପନିକିରେ ହାଣି ହତ୍ୟା କରିଥିଲା। ଏଭଳି ହତ୍ୟାକାଣ୍ଡ ଭିଆଇବା କାରଣରୁ ଉତ୍ତ୍ୟକ୍ତ ଲୋକେ ହତ୍ୟାକାରୀ ଉଗ୍ରସେନକୁ ଧରି ପ୍ରବଳ ମାଡ଼ ମାରିଥିଲେ।
ଲୋକଙ୍କ ମାଡରେ ସେ ଗୁରୁତର ଭାବେ ଆହତ ହୋଇ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଲିସ ହେପାଜତରେ ଚିକିତ୍ସିତ ହେଉଥିଲା। ଏ ନେଇ ଥାନା କେସ ନଂ. ୫୮/୨୩ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା। ଅଭିଯୁକ୍ତ ସୁସ୍ଥ ହେବା ପରେ ସୋମବାର ଉଗ୍ରସେନକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ଅରୁଣ ସିଂହ ପ୍ରକାଶ କରିଛନ୍ତି।
Follow Us