ନିଜ ଗାଁ ରାଇକଳା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରସ୍ତୁତ ହୋଇଛି ତାଙ୍କ ପ୍ରିୟ ଓଡ଼ିଆ ଖାଦ୍ୟ

ନିଜ ଗାଁ ରାଇକଳା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରସ୍ତୁତ ହୋଇଛି ତାଙ୍କ ପ୍ରିୟ ଓଡ଼ିଆ ଖାଦ୍ୟ

କେନ୍ଦୁଝର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଗାଁ ରାଇକଳା ଗସ୍ତରେ ଯିବେ। ଏଥିଲାଗି ସାରା ଗାଁ ଉତ୍ସବମୁଖର। ଖାଲି ସେତିକି ନୁହେଁ,  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ତାଙ୍କ ପୈତୃକ ଘରେ ପ୍ରସ୍ତୁତ ହୋଇଛି ପ୍ରିୟ ଓଡ଼ିଆ ଖାଦ୍ୟ। ମୋହନ ଚରଣ ମାଝୀଙ୍କ ପାଇଁ ପଖାଳ, ବାଡ଼ି ଶାଗ ଭଜା, ଝୁଡୁଙ୍ଗ ଆଳୁ ଭଜା, ଆଳୁ କୁନ୍ଦୁରି ଭଜା, ଆଳୁ ଭର୍ତ୍ତା, ବାଇଗଣ ପୋଡ଼ା, ବଡ଼ି ଚୁରା ଓ ଆଚାର ପ୍ରସ୍ତୁତ ହୋଇଛି। ଏହିସବୁ ଖାଦ୍ୟକୁ ତାଙ୍କ ପରିବାରର ମହିଳାମାନେ ପ୍ରସ୍ତୁତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗାଁରେ ପାଖାପାଖି ୨ଟା ୪୫ ମିନିଟରେ ପହଞ୍ଚିବେ ବୋଲି ସୂଚନା ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜନ୍ମମାଟିରେ ସ୍ବାଗତ ସମ୍ବର୍ଦ୍ଧନା ଲାଗି ବ୍ୟାପକ ଆୟୋଜନ ଚାଲିଛି। ନିଜ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିବେ ମୋହନ ଚରଣ ମାଝୀ।  ପରିବାର ସହ ମଧ୍ୟାହ୍ନ ଭୋଜନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ବେଶ ଖୁସି ଅଛନ୍ତି ତାଙ୍କ ଗ୍ରାମବାସୀ। ଆଜିର ଗସ୍ତକୁ ନେଇ ସମସ୍ତଙ୍କ ମନରେ ରହିଛି ନୂଆ ଉତ୍ସାହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe