ମଦ ବିରୋଧରେ ତାତିଲେ ମହିଳା : ମଦ ବୋତଲ ଓ ବାଇକ୍‌ ଭାଙ୍ଗିଲେ, ଧାମରା-ବାସୁ‌େଦବପୁର ରାସ୍ତା ୨ଘଣ୍ଟା ଅବରୋଧ

Advertisment
ମଦ ବିରୋଧରେ ତାତିଲେ ମହିଳା : ମଦ ବୋତଲ ଓ ବାଇକ୍‌ ଭାଙ୍ଗିଲେ, ଧାମରା-ବାସୁ‌େଦବପୁର ରାସ୍ତା ୨ଘଣ୍ଟା ଅବରୋଧ

ଧାମରା : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ର କରଣପଲ୍ଲୀ ପଞ୍ଚାୟତରେ ଦିନକୁ ଦିନ ଚୋରା ମଦ କାରବାର ବଢି ଚାଲିଛି। ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ମହିଳାମାଦନ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଧାମରା-ବାସୁଦେବପୁର ରାସ୍ତାକୁ ୨ ଘଣ୍ଟା ଧରି ଅବରୋଧ କରିଛନ୍ତି।

ଆଜି ଅପରାହ୍ନ ୧ଟା ସମୟରେ କରଣପଲ୍ଲୀ ଗାଁ ମୁଣ୍ତ ତାରିଣୀ ଛକ ଠାରେ ଏକ ବାଇକରେ କରଣପଲ୍ଲୀ ଗାଁର ବଟ ମହାଳିକ ଦୁଇଟି ବ୍ୟାଗ ଭର୍ତି ମଦ ନେଇ ଯାଉଥିବା ବେଳେ କେତେକ ମହିଳାଙ୍କ ଆଖିରେ ପଡ଼ିଥିଲା। ସେମାନେ ତା’କୁ ଅଟକାଇବା ଯୋଗୁ ବଟ ନିଜର ଓଡି୨୨ଜେ-୨୫୦୨ନମ୍ବର ମୋଟରସାଇକେଲକୁ ରାସ୍ତା ଉପରେ ଛାଡ଼ି ଦୌଡ଼ି ପଳାଇ ଯାଇଥିଲା। ଉତ୍ତ୍ୟକ୍ତ ମହିଳାମାନେ ଗାଡ଼ି ମଧୢରେ ଥିବା ପ୍ରାୟ ୨୦ ବୋତଲ ମଦ ଭାଙ୍ଗି ଦେବା ସହିତ ମୋଟରସାଇକେଲକୁ ମଧ୍ୟ ପିଟି ପିଟି ଭାଙ୍ଗି ଦେଇଥିଲେ। ପୁଲିସ କାର୍ଯ୍ୟକଳାପ ଉପରେ ସନ୍ଦେହ କରି ମହିଳମାନେ ମଦ ବେପାରୀକୁ ଗିରଫ ଦାବିରେ ଦିନ ୧.୨୦ରୁ ୩.୩୦ ପର୍ଯ୍ୟନ୍ତ ଧାମରା -ବାସୁଦେବପୁର ରାସ୍ତାକୁ କରଣପଲ୍ଲୀଠାରେ ଅବରୋଧ କରିଥିଲେ। ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe