ମଦ ବିରୋଧରେ ତାତିଲେ ମହିଳା : ପୋଡ଼ାଜଳା ସହ ଶତାଧିକ ପାଉଚ୍‌ ଫିଙ୍ଗିଲେ

ମଦ ବିରୋଧରେ ତାତିଲେ ମହିଳା : ପୋଡ଼ାଜଳା ସହ ଶତାଧିକ ପାଉଚ୍‌ ଫିଙ୍ଗିଲେ

ନାଲକୋନଗର : ଅନୁଗୁଳ ଥାନା କୁକୁଡ଼ାଙ୍ଗଠାରେ ମଦ ବିରୋଧରେ ଆଜି ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବ୍ୟାପକ ପୋଡ଼ାଜଳା ସହିତ ଶହଶହ ମଦ ପାଉଚ୍‌ ରାସ୍ତାକୁ ଫିଙ୍ଗିଥିବା ଦେଖିବାକୁ ମିଳିଛି।

କୁକୁଡ଼ାଙ୍ଗଠାରେ ଏକ ସରକାରୀ ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟି ରହିଛି। ଏହି ମଦଭାଟି ଉଚ୍ଛେଦ କରାଯିବାକୁ କୁକୁଡ଼ାଙ୍ଗ ସ୍ୱୟଂ ସହାୟକ ଗୋଷ୍ଠୀ ଦାବି କରିଆସୁଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ‘ଅନୁଗୁଳ-ତାଳଚେର ରାସ୍ତା କଡ଼ରେ ତଥା ନନ୍ଦିରା ଜୋର ନିକଟରେ ଏହି ଭାଟି ଥିବାବେଳେ ମଦ୍ୟପଙ୍କ ଉତ୍ପାତ ଯୋଗୁଁ ଲୋକେ ହଇରାଣ ହେଉଛନ୍ତି। ସଂଧ୍ୟା ପରେ ରାସ୍ତାରେ ଅସାମାଜିକ ଲୋକଙ୍କ ଆଡ଼୍‍ଡା ଜମୁଛି।’ ‘ବିଶୃଙ୍ଖଳା ବୃଦ୍ଧି ପାଉଛି, ଗରିବ ଲୋକେ ସର୍ବସ୍ୱାନ୍ତ ହେଉଛନ୍ତି,’ ବୋଲି ମହିଳା ସଂଘ ଅଭିଯୋଗ କରିଛି। ତେଣୁ ଭାଟି ଉଚ୍ଛେଦ କରାଯିବାକୁ ମହିଳାମାନେ ଦାବି କରି ଆସୁଥିଲେ। ଏ ସଂପର୍କରେ ପଦକ୍ଷେପ ନିଆନଯିବାରୁ ଦିନ ୧୧ଟାବେଳେ ମହିଳାମାନେ ଏକାଠି ହୋଇଥିଲେ। ଭାଟି ମାଲିକଙ୍କୁ ବାହାର କରି ମଦ ନଷ୍ଟ କରିଥିଲେ। ପୁନର୍ବାର ମଦ ବିକ୍ରି ନକରିବାକୁ ତାଙ୍କୁ ଦାଗିଦ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ତେବେ, ରାସ୍ତାରୁ ମଦ ପାଉଚ ଓ ପ୍ଲାଷ୍ଟିକ୍‌ ପେଟି ଧରି ପଳାଉଥିବା ୨ ଯୁବକଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe