ଲାଞ୍ଜିଗଡ ବେଦାନ୍ତ ସାମ୍ନାରେ ଧାରଣାରେ ବସିଲେ ମହିଳା, ମିଥ୍ୟା କେସ କରିଥିବାରୁ ପ୍ରତିବାଦ

Advertisment

କଳାହାଣ୍ଡି: ଲାଞ୍ଜିଗଡ ବେଦାନ୍ତ ରିଫାଇନାରୀ ମୁଖ୍ୟ ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ ମହିଳା | ପୁଲିସ ଛତ୍ରପୁର ଗାଁର ଗ୍ରାମବାସୀଙ୍କ ନାମରେ ମିଥ୍ୟା କେସ ରୁଜୁ କରି ଗିରଫ କରିଥିବା ପ୍ରତିବାଦରେ ମହିଳାମାନେ ଧାରଣାରେ ବସିଛନ୍ତି । ମିଳିଥିବା ସୂଚନା ମୁତାବକ ଗତ ମାର୍ଚ୍ଚ ମାସରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ରିଫାଇନାରି କମ୍ପାନିରେ ନିୟୋଜିତ ଓଆଇଏସଏଫ ସିକ୍ୟୁରିଟି ଓ ରେଙ୍ଗୋପାଲି ଗ୍ରାମର ବିସ୍ଥାପିତ ଆନ୍ଦୋଳନକାରୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହେତୁ ଲାଠିଚାର୍ଜ ଓ ଆକ୍ରମଣ ପ୍ରତ୍ୟାକ୍ରମଣରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା।

publive-image

ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୪୪ ଧାରା ବି ଜାରି କରାଯାଇଥିଲା। ଏହି ଉତ୍ତେଜନାମୂଳକ ପରିସ୍ଥିତିରେ ଓଆଇଏସଏଫ ସିକ୍ୟୁରିଟିଙ୍କ ମାଡ଼ରେ ଦାନି ବାତ୍ରା (୩୫) ନାମକ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା।

ତେବେ ସୁରକ୍ଷାକର୍ମୀଙ୍କ ମୃତ୍ୟୁକୁ ନେଇ ନିରୀହ ଲୋକଙ୍କ ନାମରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରାଯାଇଥିବାର ଛତ୍ରପୁର ଗାଁର ମହିଳାମାନେ ଅଭିଯୋଗ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe